
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୫ ସ୍ଥିତ ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲରେ ଆଇସିଏସ୍ଇ ଓ ଆଇଏସ୍ସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ସ୍କୁଲର ଛାତ୍ରଛାତ୍ରୀମାନେ ସଫଳତାର ସହିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଇସିଏସ୍ଇ ପରୀକ୍ଷାରେ ୯୨.୬ ନମ୍ବର ରଖି ସାଦିଆ ପରବିନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଇଏସ୍ସି କମର୍ସରେ ମୋହିତ ପାତ୍ର ୭୪ ପ୍ରତିଶତ ଓ ବିଜ୍ଞାନରେ ଓମକୁମାର ଦାସ ୮୩ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଆଇଏସ୍ସି ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ସମ୍ପାଦକ ଡା. ପ୍ରଶାନ୍ତ କୁମାର ପାତ୍ର ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷା ଅଞ୍ଜଳି ଶତପଥୀ ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।