om academy

ମାଟ୍ରିକ୍‌ ପରୀକ୍ଷାରେ ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଲୋଇସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଥିବା ଜଣାପଡିଛି । ସୁଶ୍ରୀ ପ୍ରତୀକ୍ଷାରାଣୀ ପଧାନ, ତୁଲସା କିଶାନ ଓ ସିମରନ୍ ସାହୁ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ରେ ଜଣେ, ବି-୧ରେ ୮ ଜଣ, ବି-ରେ ୧୦ ଜଣ, ସି-ରେ ୬ ଜଣ, ଡି-ରେ ୧୧ ଜଣ ତଥା ଇ-ରେ ଜଣକୁ ମିଶାଇ ମୋଟ ୪୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ବିଦ୍ୟାଳୟର ଏହି ସଫଳତା ଯୋଗୁଁ ସ୍ଥାନୀୟ ଅଭିଭାବକ ତଥା ଆଚାର୍ଯ୍ୟ ମହଲରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.