ଜିଲ୍ଲାସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମ କୋଭିଡ ଗାଇଡ଼ ଲାଇନ ଅନୁପାଳନ କରିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଅନୁଷ୍ଠାନର ସଭାପତି ଉମାକାନ୍ତ ବେହେରାଙ୍କ ପୌରାହିତରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦୈନିକ ଖବରକାଗଜ ସକାଳର ଜିଲ୍ଲା ମୁଖ୍ୟ ଡ଼କ୍ଟର ଜଗନ ମୋହନ ମହାପାତ୍ର ଯୋଗଦେଇ ଗ୍ରାମାଞ୍ଚଳର ଲୁକାୟିତ ପ୍ରତିଭାମାନଙ୍କୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ କରାଯାଉଥିବାରୁ ଅନୁଷ୍ଠାନକୁ ଉଚ୍ଚ ପ୍ରଶଂସା କରିବା ସହ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଓଡିଶୀ ନୃତ୍ୟଗୁରୁ ଅଳକା ସାହୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସାହିତ୍ୟିକ ଅଜିତ କୁମାର ସେଠୀ, ନନ୍ଦିଘୋଷ ଟିଭିର ଜିଲ୍ଲା ମୁଖ୍ୟ ଦେବହରି ବେହେରା, ୟୁଥ ଫର୍‌ ଭିଲେଜ ୟୁଥ କ୍ଳବ ପ୍ରତିଷ୍ଠାତା ଡି. ଦେବହରୀ ରେଡି, ଛତ୍ରପୁର ପ୍ରେସ କ୍ଳବ ସଭାପତି ପ୍ରଶାନ୍ତ କୁମାର ମହାରଣା, ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ନେହୁରୁ ଯୁବକେନ୍ଦ୍ର ସମ୍ପାଦିକା ବିଜୟ ଲକ୍ଷ୍ମୀ ମହାଙ୍କୁଡ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଯୁବ ସ୍ବେଛାସେବୀ ସୁଧୀର କୁମାର ପାଢ଼ୀ, ୩୯ ୟୁନିଟ ରକ୍ତଦାନ କରିଥିବା ରକ୍ତଦାତା ମନୋଜ କୁମାର ବେହେରା, ସ୍ଵର୍ଣ୍ଣ ପଦକ ବିଜେତା ବଡିବିଲ୍ଡର ଜିତେସ ଦାସ, ସ୍ବେଛାସେବୀ ରାକେଶ ନାୟକ, ନାଟ୍ୟ ନିର୍ଦ୍ଧେଶକ ତଥା ଓଡିଆ ଅଧ୍ୟାପକ ଡ଼କ୍ଟର ଗୌରୀ ଶଙ୍କର ଶତପଥୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥି ସହିତ ଅଧ୍ୟାପକ ଡ଼କ୍ଟର ଶତପଥୀଙ୍କ ଲିଖିତ ସାହିତ୍ୟ ଭାରତୀ ଡ଼କ୍ଟର ବେଣୀ ମାଧବ ପାଢ଼ୀ ପୁସ୍ତକ ଉନ୍ମୋଚନ ହୋଇଥିଲା । ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଯୁବ ଛାତ୍ରଛାତ୍ରୀଙ୍କ ଦ୍ଵାରା ଓଡିଶୀ, ସମ୍ବଲପୁରୀ, ଦେଶାତ୍ମକ ବୋଧକ, ଆଧୁନିକ ନୃତ୍ୟ ପରିବେଶଣ ସହ ସଚେତନତା ମୂଳକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ଉଦ୍‌ଯାପାନୀ ଉତ୍ସବରେ ବ୍ରହ୍ମପୁରର କଳାକାର ଯୋଡି ମଧୁସୂଦନ ମିଶ୍ର(ଆନ୍ନା) ଓ ପ୍ରୀତି ରଞ୍ଜନ ପ୍ରଧାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ୮.୩୦ ମିନିଟ ସମୟରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ପ୍ରଦୀପ କୁମାର ପଣ୍ଡା, ରାକେଶ ନାୟକ, ବିଦ୍ୟାଧର ସାହୁ, ଦୀପକ କୁମାର ସାହୁ, ଗୋବିନ୍ଦ ରେଡି, ପପୁ ପଣ୍ଡା, ଅରୁଣ କୁମାର ରାଉଳ, ବଟକୃଷ୍ଣ ରାଉଳ, ବନବାସୀ ସେଠି, ନୀଳାଞ୍ଚଳ ସେନାପତି, ତ୍ରିନାଥ ବେହେରା ପ୍ରମୁଖ କାର୍ୟ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.