ବଡ଼ମାଲ କାରଖାନା ଠାରେ ୧୦୦ ଶଯ୍ୟା ବିଶିଷ୍ଟ ବେଡ଼ ଓ ଆଇସିୟୁ ଅକ୍ସିଜେନ ପ୍ଲାଣ୍ଟ ପାଇଁ ବଲାଙ୍ଗିର ସାଂସଦଙ୍କ ଦ୍ୱାରା ମନ୍ତ୍ରୀଙ୍କୁ ଚିଠି
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ କରୋନା ମହାମାରୀକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅନେକ ଲୋକେ ବେଡ଼୍ ନପାଇ ତଳେ ମଧ୍ୟ ଆଶ୍ରୟ ନେଉଥିବା ବେଳେ ଅକ୍ସିଜେନ ଅଭାବରୁ ମୃତ୍ୟୁ ମଧ୍ୟ କରୁଥିବା ଏନେଇ ଗତକିଛି ଦିନ ତଳେ ଖବର ପ୍ରକାଶିତ ହୋଇଥିଲା । ତେବେ ଏଭଳି ଅବସ୍ଥାରେ ଲୋକେ ଜୀବନ ସହ କରୋନାର ଦ୍ୱିତୀୟ ଲହରୀରେ ଲଢେଇ କରିଥିବା ବେଳେ ଆଜି ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ ଏନେଇ ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନା ଡାକ୍ତରଖାନା ପରିସରରେ ୧୦୦ ଶଯ୍ୟା ବିଶିଷ୍ଟ ବେଡ଼ ଓ ଆଇସିୟୁ, ଅକ୍ସିଜେନ ପ୍ଲାଣ୍ଟ ପାଇଁ ଗୋଳାବାରୁଦ କାରଖାନା ମନ୍ତ୍ରୀ ରାଜ ନାଥ ସିଂଙ୍କୁ ଏକ ଚିଠି ଲେଖିଛନ୍ତି । ତେବେ ଏହି ଖବର ଶୁଣିବା ପରେ ଅଞ୍ଚଳବାସୀ ବଲାଙ୍ଗୀର ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।