ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହେଲେ ପଦ୍ମଶ୍ରୀ ହଲଧର ନାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡର ରାଜଧାନୀ ରାୟପୁର ଠାରେ ଆୟୋଜିତ ତ୍ରି-ଦିବସୀୟ “ରାଷ୍ଟ୍ରୀୟ ଜନଜାତି ସାହିତ୍ୟ ମହୋତ୍ସବ”ର ଉଦ୍‌ଘାଟନୀ ସମାରୋହରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେସ ବଘେଲ ପଦ୍ମଶ୍ରୀ ହଲଧର ନାଗଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଆଦିବାସୀ ଜନଜାତି ମନ୍ତ୍ରୀ ପ୍ରେମସାୟ ସିଂ ଟୋକାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବାଣିଜ୍ୟ ମନ୍ତ୍ରୀ କବାସି ଲଖମା, ସଂସ୍କୃତି ମନ୍ତ୍ରୀ ଅମରଜିତ ଭଗତ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନିଲା ଭେଡିଆ, ଆଦିବାସୀ ବିଭାଗ ସଚିବ ଦ୍ବାରିକାଧିସ ଯାଦବଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ଭାରତର ବିଭିନ୍ନ ପ୍ରଦେଶରୁ ହଜାର ହଜାର ସାହିତ୍ୟିକ, ବୁଦ୍ଧିଜୀବୀ, କଲାକାର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ କବି ହଲଧର ନାଗ ତାଙ୍କ ରଚିତ ପୁସ୍ତକକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

Leave A Reply

Your email address will not be published.