ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାସ୍ତରୀୟ ନବ ସଂକଳ୍ପ ଶିବିର ଆୟୋଜିତ

  • କର୍ମୀଙ୍କୁ ଗୁରୁତ୍ଵ ଦିଅନ୍ତୁ ନେତୃ ମଣ୍ଡଳୀ
  • ଜନ ସାଧାରଣଙ୍କ ସମସ୍ୟାରେ ସାମିଲ ହୁଅନ୍ତୁ
  • କୃଷକ, ଶ୍ରମିକ, ଛାତ୍ର, ମହିଳା, ଯୁବକଙ୍କ ସମସ୍ୟାକୁ ଲଗାତାର ଉତ୍ଥାପନ କରାଯାଉ
  • ଟିକେଟ ବର୍ଷକ ପୂର୍ବରୁ ଘୋଷଣା କରାଯାଉ
  • ଦଳରେ ଶୃଙ୍ଖଳା ଉପରେ ଗୁରୁତ୍ବ ଦିଆଯାଉ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦଳୀୟ ଶୃଙ୍ଖଳାକୁ ଗୁରୁତ୍ୱ ଦେବା ସହ ନେତୃମଣ୍ଡଳୀ କର୍ମୀଙ୍କ ମତକୁ ସମ୍ମାନ ଦେବା ସାଙ୍ଗକୁ ଦଳ ଜନ ସାଧାରଣଙ୍କ ସାମୁହିକ ସମସ୍ୟାରେ ଓତଃପ୍ରୋତ ଭାବରେ ଜଡ଼ିତ ହେଲେ ଓ ତୃଣମୂଳ ସ୍ତରରୁ ଦଳକୁ ସୁଦୃଢ଼ କଲେ କଂଗ୍ରେସ ଦଳ ସୁଦୃଢ଼ ହେବା ସହ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ଆଗାମୀ ଦିନରେ ସରକାରକୁ ଫେରି ପରିବା ବୋଲି ଗତକାଳି ସ୍ଥାନୀୟ ଟାଉନ ହଲରେ ଅନୁଷ୍ଠିତ କଂଗ୍ରେସ ନବ ସଂକଳ୍ପ ଶିବିରରେ କଂଗ୍ରେସ କର୍ମୀମାନେ ମତ ରଖିଥିଲେ । ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ଉପସ୍ଥିତ ସମସ୍ତ କର୍ମୀ ଓ ନେତୃମଣ୍ଡଳୀ କହିଥିଲେ ଯେ, କଂଗ୍ରେସ ଦଳ ହିଁ ଦେଶର ସ୍ପନ୍ଦନ ବୁଝିପାରେ ତେଣୁ କଂଗ୍ରେସ ଦଳ ଦେଶରେ ଶାସନକୁ ଫେରିବା ଦରକାର ଅଟେ । ଦଳ ଜନସାଧାରଣଙ୍କ ସମସ୍ୟା ସହ ଓତଃପ୍ରୋତ ଭାବରେ ଜଡ଼ିତ ହୋଇ ଆନ୍ଦୋଳନ, ବିକ୍ଷୋଭ, ସମାବେଶ ମାଧ୍ୟମରେ ସେମାନଙ୍କ ଦାବୀକୁ ଉପସ୍ଥାପନ କରିପାରିଲେ ପୁଣି ଆମ ଦଳ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିବା ଓ ପୁଣି ଆମେ ସରକାରକୁ ଫେରି ପରିବା ବୋଲି ସମସ୍ତେ ଏକ ସ୍ଵରରେ କହିଥିଲେ । ଆଜି କେନ୍ଦ୍ରର ସରକାର ସମସ୍ତ କ୍ଷେତ୍ରରେ ବିଫଳ ହୋଇସାରିଛି । ଅର୍ଥନୀତି, ବାଣିଜ୍ୟ ନୀତି, ବୈଦେଶିକ ନୀତି ସବୁଥିରେ କେନ୍ଦ୍ର ସରକାର ଫେଲ ମାରିସରିଛି ।ଆଜି ଦେଶରେ, ଦୁର୍ନୀତି, ବେକାରୀ, ବେରୋଜଗାରୀ, ମୁଦ୍ରାସ୍ପୀତି ବା ଦରବୃଦ୍ଧି, ଦେଶରେ ନାରୀମାନଙ୍କ ଅବସ୍ଥା ବହୁତ ଖରାପ ସ୍ଥିତିରେ ରହିଛି । ସମାଜର କୌଣସି ଗୋଟିଏ ବର୍ଗ ଏହି କେନ୍ଦ୍ର ଓ ରାଜ୍ୟ ଶାସନକଳ ଯନ୍ତ୍ରଣାରୁ ମୁକ୍ତ ନାହାନ୍ତି । ଚାଷୀ ମାନେ ଆଜି ତଳି ତଲାନ୍ତ ହୋଇ ସବୁବେଳେ ନିଜର ହକ ପାଇଁ ରାଜରାସ୍ତାରେରେ ଓହ୍ଲାଉଛନ୍ତି । ଦେଶରେ ଆଜି କେବଳ ଧର୍ମ ନାମରେ, ସଂପ୍ରଦାୟ ନାମରେ ବିଭେଦ ସୃଷ୍ଟି କରୁଛନ୍ତି । ଶାନ୍ତି ମୈତ୍ରୀ, ସୌହାର୍ଦ୍ଦ୍ୟପୁର୍ଣ୍ଣ ବାତାବରଣରେ ବସବାସ କରୁଥିବା ଭାରତ ବର୍ଷର ଜନସାଧାରଣ ଆଜି ଦେଶରେ ସବୁବେଳେ ଏକ ଭୟର ବାତାବରଣରେ ବସବାସ କରୁଛନ୍ତି, ତେଣୁ ଆଜି ଦେଶରେ କଂଗ୍ରେସ ସରକାର ଗଠନ ହେବା ଜରୁରୀ ବୋଲି ଉପସ୍ଥିତ ସମସ୍ତ କର୍ମୀ ଓ ନେତୃ ମଣ୍ଡଳୀ ଏକ ସ୍ଵରରେ କହିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଏହି ସଭାରେ ପ୍ରଦେଶ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ପୁର୍ବତନ ମନ୍ତ୍ରୀ ଯୁଧିଷ୍ଟିର ଜେନା, ପୂର୍ବ ବିଧାୟକ ସତ୍ୟ ଭୂଷଣ ସାହୁ, କଂଗ୍ରେସ ନେତା ପ୍ରଦୀପ ଦେବତା, ନିପନ ଦାଶ, ଯୁଗଳ ପ୍ରସାଦ ସିଂ, ହରଦୀପ ସିଂ, ସରୋଜ ମହାପାତ୍ର, ଦିଲିପ ପଣ୍ଡା, ସୁଶାନ୍ତ ସାହୁ, ବ୍ରହ୍ମା ମହାକୁର, ଅଭିଷେକ ସେଟ୍, ସରୋଜ ଷଡ଼ଙ୍ଗୀ, ରବି ପଣ୍ଡା, ଦିଲିପ ନନ୍ଦ, ରମେଶ ପଣ୍ଡା, ଶୁଭେନ୍ଦୁ ସାହୁ, ପାଣ୍ଡବ କର୍ଣ୍ଣ, ସୁଶିଲ ସାହୁ, ବିନୋଦ କାଳିଆ, ବିନୋଦ ବିଶ୍ଵାଳ, ସୁଧୀର ଜେନା, ଗଜରାଜ୍ ପୁଟା, ଆଜାଦ ପତି, ଗୌନ୍ତିଆ ସାହୁ, ଅନନ୍ତ ତାଣ୍ଡି, ପ୍ରତାପ ନାୟକଙ୍କ ସମେତ ବହୁ କଂଗ୍ରେସ ନେତା ଏହି ଶିବିରରେ ସାମିଲ ହୋଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଶେଷରେ ବରିଷ୍ଠ ନେତା ଦିଲିପ ନନ୍ଦ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା ଗଣ, ବରିଷ୍ଠ କଂଗ୍ରେସ ନେତୃବର୍ଗ, ପୂର୍ବତନ ବିଧାୟକ, ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀ, ପୂର୍ବତନ ପିସିସି କର୍ମକର୍ତ୍ତା ଗଣ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି, ସମସ୍ତ ନଗର, ବ୍ଲକ କଂଗ୍ରେସ କର୍ମକର୍ତ୍ତା ଗଣ, ଯୁବ, ଛାତ୍ର, ମହିଳା କଂଗ୍ରେସର କର୍ମକର୍ତ୍ତାଗଣ, କଂଗ୍ରେସ ଦଳର ବିଭିନ୍ନ ପ୍ରକୋଷ୍ଠର ସମସ୍ତ କର୍ମକର୍ତ୍ତା ଗଣ ଏହି ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.