oom

କୋଶଳାଞ୍ଚଳରେ ହେଉଥିବା ବିଭିନ୍ନ ସାଂସ୍କୃତିକ, ସାମାଜିକ ମଞ୍ଚରେ ସମ୍ମାନିତ ହେଲା ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଏକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଭାବରେ ଗଢି ଉଠିଥିବା ସାମାଜିକ ଅନୁଷ୍ଠାନ ନିଜର ସାମାଜିକ କାର୍ଯ୍ୟ ପାଇଁ କୋଶଲ ଅଞ୍ଚଳରେ ହେଉଥିବା ବିଭିନ୍ନ ମଞ୍ଚରେ ସମ୍ମାନିତ ହେବାର ଗୌରବ ପାଇପାରିଛି । ତୋରା ପ୍ରାଥମିକ ବିଦ୍ୟାଳୟ ୧୨୫ତମ ଜନ୍ମ ଜୟନ୍ତୀ ପାଳନ, ବରଗଡ଼ ମାରୱାଡି ସମ୍ପ୍ରଦାୟ ତରଫରୁ ପାଳନ ହେଉଥିବା ଅଗ୍ରସେନ ଜୟନ୍ତୀ ସମାରୋହ, ହଟ୍‌ ନିଉଜ ତରଫରୁ ବରଗଡ଼ ଟାଉନ ହଲ୍‌ରେ ପାଳନ ହେଉଥିବା ବାର୍ଷିକ ସମାରୋହ, ଲାଦେରପାଲିଠାରେ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ହେଉଥିବା ନୂଆଁଖାଇ ଭେଟ୍‌ଘାଟ୍‌, ବରଗଡ଼ ନଦୀପଡାଠାରେ ହେଉଥିବା ଗଜଳଷ୍ମୀ ପୂଜା ଓ ବରଗଡ଼ ପର୍ଥର୍ଲା ମୁନସି ଟିକିରାଠାରେ ପାଳନ ହେଉଥିବା କଂସ ଦରବାର ଭଳି ଅନେକ ଗୁଡିଏ ମଞ୍ଚରେ ଗତ କିଛିଦିନ ଭିତରେ ସମ୍ମାନୀତ ହେବାର ଗୌରବ ପାଇ ପାରିଛି ସଂକଳ୍ପ ପରିବାର । ସଂକଳ୍ପ ପରିବାର ପ୍ରତି ଆପଣଙ୍କ ଭଲପାଇବା ଆମକୁ ସାମାଜିକ କାର୍ଯ୍ୟ କରିବା ପାଇଁ ଆହୁରି ଅନେକ ଉତ୍ସାହ ଯୋଗାଇ ଦେଇଥାଏ । ମୁଁ ଆଶା କରୁଛି ଆପଣଙ୍କ ଏ ସମ୍ମାନ ଆଗାମୀ ଦିନରେ ଆମମାନଙ୍କ ପାଇଁ ନିଶ୍ଚିତ ଭାବରେ ପ୍ରେରଣାର ଉତ୍ସ ସାଜିବ ବୋଲି ସଂକଳ୍ପ ପରିବାର ପକ୍ଷରୁ କୁହାଯାଇଛି । ଆହୁରି କୁହାଯାଇଛି ଯେ, ସଂକଳ୍ପ ପରିବାରର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ, ସମାଜରେ ସଚେତନତା ସୃଷ୍ଟି କରିବା । ସମାଜରେ ଅନେକ ସମସ୍ୟା ରହିଛି ଆମେ ଏକାକୀ ସମସ୍ତଙ୍କୁ ସାହାଯ୍ୟ ସୁବିଧା ଯୋଗାଇଦେଇ ପାରିବୁ ନାହିଁ କିନ୍ତୁ ଆମେ ସମସ୍ତେ ଚାହିଁଲେ ସମାଜରେ ଆଉ କେହି ଅସହାୟ ରହିବେ ନାହିଁ ।

jittmm
Leave A Reply

Your email address will not be published.