- ଶନିବାର ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞ
କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅନ୍ତର୍ଗତ ମଦନପୁର ବନ୍ଧପଡା ଛକଠାରେ ଆଜି ଶନି ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ହୋଇଯାଇଛି । ଏଥିରେ କର୍ତା ଭାବେ ଗୌରଚନ୍ଦ୍ର ରଣା ଓ ପତ୍ନୀ ରାୟମତି ରଣା ଏବଂ ପୂଜକ ଭାବେ ସୁଦର୍ଶନ ପଣ୍ଡା ଓ ଅନିରୁଦ୍ଧ ପାଢ଼ୀ ପୁଜାର୍ଚନା ସମ୍ପାଦନା କରିଥିଲେ । ଶନିବାର ଦିନ ଅଷ୍ଟ ପ୍ରହରୀ ନାମଯଜ୍ଞ ହେବ ବୋଳି ସୂଚନା ରହିଛି । ଆଜି ରାହୁଲ ନଦୀ ଶିବମନ୍ଦିର ଘାଟରୁ କଳସ ଯାତ୍ରା ଆରମ୍ଭ କରିଥିଲେ ଗ୍ରାମର ଶତାଧିକ ମହିଳା ଓ ପୁରୁଷମାନେ ଯୋଗଦେଇ ନାମ ସଂକୀର୍ତ୍ତନ କରି ପ୍ରହରୀ ମଣ୍ଡପକୁ ଆସିଥିଲେ ।