om academy

ସଂଗୀତ ସାଧନାରେ ସମର୍ପିତ ପ୍ରଜ୍ଞା ପ୍ରିୟଦର୍ଶିନୀ : ଅନେକ ଉଜ୍ୱଳ ସମ୍ଭାବନାର ଅଧିକାରିଣୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଂଗୀତ ସାଧନାରେ ବେଶ୍‌ ନିପୁଣା ପ୍ରଜ୍ଞା ପ୍ରିୟଦର୍ଶିନୀ । ସ୍ଥାନୀୟ ଶାନ୍ତିପଡ଼ାରେ ରହୁଥିବା ଶିବ କୁମାର ବେଜ୍‌ ଓ ଶ୍ରୀମତୀ ମାମିନୀ ଯୋଷୀଙ୍କ ଝିଅ ପ୍ରଜ୍ଞା ପ୍ରିୟଦର୍ଶିନୀ ସୋନପୁର ଜିଲ୍ଲା ଅନ୍ତର୍ଗତ ତରଭା କଲେଜରେ +୨ ଦ୍ୱିତୀୟ ବର୍ଷ କଳାରେ ଅଧ୍ୟୟନ କରନ୍ତି । ଖୁବ୍‌ ଚମକ୍ରାର କଣ୍ଠସ୍ୱର ଯୋଗୁଁ ଖୁବ୍‌ କମ୍‌ ବୟସରୁ ସେ ସୁନାମ ଅର୍ଜନ କରିବାରେ ସଫଳ ହୋଇ ପାରିଛନ୍ତି । ଏଇ ୭ ବର୍ଷ ହେବ ସେ ସ୍ଥାନୀୟ ‘ପଞ୍ଚମ’ ସଂଗୀତ ଶିକ୍ଷାନୁଷ୍ଠାନରେ ସଂଗୀତ ଶିକ୍ଷା ଗ୍ରହଣ କରୁଥିବା ବେଳେ ସେ ଏବେ ସଂଗୀତ ପାଠ୍ୟକ୍ରମର ‘ଭୂଷଣ’ର ଛାତ୍ରୀ ।

ସଂଗୀତ ସାଧନା ପ୍ରତି ତାଙ୍କର ରହିଥିବା ସଂକଳ୍ପବଦ୍ଧତା ତାଙ୍କୁ ଆଜି ଏତେ କମ୍‌ ବୟସରୁ ସୁନାମ ଆଣି ଦେଇପାରିଛି । ତାଙ୍କ କଣ୍ଠରୁ ଯିଏ ବି ଗୀତ ଶୁଣିଛି ଥରେ, ସିଏ କେବେ ବି ଭୁଲି ପାରିବନି ବୋଲି ଶ୍ରୋତା ଜଗତରେ ଚର୍ଚ୍ଚା ହୁଏ । ଗୀତର ମର୍ମକୁ ନିଜର ଆବେଗ ସହ ପଖାଳି ଯେଉଁ ଭାବାବେଗ ଦେଇ ସେ ଗୀତ ଗଆନ୍ତି, ସେଥିରେ ଖୁବ୍‌ ଆକର୍ଷଣ ଭରି ରହିଥାଏ; ଯାହା ଶ୍ରୋତାଙ୍କୁ ବାନ୍ଧି ରଖିଥାଏ । ଗୀତ ଗାଇବା ବାଦ୍‌ ସେ ଖୁବ୍‌ ସୁନ୍ଦର ଗୀଟାର୍‌ ବଜାଇବା ସହ ହାର୍‌ମୋନିଅମ୍‌ ମଧ୍ୟ ବାଦନ କରନ୍ତି । ବର୍ତ୍ତମାନ ସୁଦ୍ଧା ସେ ୧୫ରୁ ଅଧିକ ଷ୍ଟେଜ୍‌ରେ ଠିଆ ହୋଇ ସଂଗୀତ ପରିବେଷଣ କରି ସାରିଲେଣି । ଶ୍ରୋତାଙ୍କ ପ୍ରଶଂସାରେ ପୋତି ହୋଇ ଯାଉଥିବା ଅନେକ ଉଜ୍ୱଳ ସମ୍ଭାବନାର ଅଧିକାରିଣୀ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଆଗାମୀ ସମୟରେ ଜଣେ ସୁନାମଧନ୍ୟା ସଂଗୀତ ସାଧିକା ଭାବେ ନିଜ ପରିବାର ତଥା ନିଜ ଜନ୍ମମାଟିର ଟେକ ରଖିବେ, ଏହା ସ୍ପଷ୍ଟ ଜଣା ପଡ଼ିଯାଉଛି । ତେବେ ତାଙ୍କ ଆଗାମୀ ସମୟ ଆହୁରି ସଂଗୀତମୟ ହୋଇଉଠୁ, ‘କୋଶଳ ପ୍ରବାହ’ ପରିବାର ପକ୍ଷରୁ ଜଗତ୍‌ ସ୍ରଷ୍ଟାଙ୍କଠାରେ ଏତିକି କାମନା ।

Leave A Reply

Your email address will not be published.