oom

ନୃସିଂହ ମନ୍ଦିରରେ ସାମୁହିକ ବ୍ରତୋପନୋୟନ ଉତ୍ସବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୃସିଂହ ମନ୍ଦିର ପରିସରରେ ମହନ୍ତ ମହାରାଜ ବ୍ରଜ ମୋହନ ଶରଣ ଦେବ ଓ ଗୁରୁ ଭାଇଭଉଣୀ ସେବା ସଂଘ ଟ୍ରଷ୍ଟ ମିଳିତ ସହଯୋଗରେ ନୃସିଂହ ମହାପ୍ରଭୁଙ୍କ ଆବିର୍ଭାବ ଦିବସରେ ବଲାଙ୍ଗିର, ବରଗଡ, ନୁଆପଡା, ଫୁଲବାଣୀ ଇତ୍ୟାଦି ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୭ ଜଣ ବ୍ରାହ୍ମଣ ବାଳକଙ୍କୁ ନିଶୁଳ୍କ ବ୍ରତୋପନୋୟନ କରାଯାଇଥିଲା । ବିଶିଷ୍ଟ ପଣ୍ଡିତ ମୁରାରୀ ମିଶ୍ରଙ୍କ ଦ୍ୱାରା ଏହି ସଂସ୍କାର କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ ପବିତ୍ର ସଂସ୍କାର କାର୍ଯ୍ୟକ୍ରମରେ ଗୁରୁଭାଇ ଭଉଣୀ ସେବା ସଂଘ ଟ୍ରଷ୍ଟର ସଭାପତି ପଣ୍ଡିତ ଚନ୍ଦ୍ର କୁମାର ପୁରୋହିତ, ସଂପାଦକ ପଣ୍ଡିତ ନାରାୟଣ ପୁରୋହିତ, ଯୁଗ୍ମ ସଂପାଦକ ତଥା ନୃସିଂହ ମନ୍ଦିର ପୂଜକ ପଣ୍ଡିତ ଗୋବର୍ଦ୍ଧନ ଶତପଥି, କୋଷାଧ୍ୟକ୍ଷ ପଣ୍ଡିତ ଜଗମୋହନ ତ୍ରିପାଠୀ, କାର୍ଯ୍ୟକାରୀ ସଦସ୍ୟ ପଣ୍ଡିତ ଭକ୍ତ ଚରଣ ଦାଶ ସହିତ ଉପଦେଷ୍ଟା କମିଟିର ସଦସ୍ୟ କିଶୋର କୁମାର ପୁରୋହିତ ଉପସ୍ଥିତିରେ ପରିଚାଳନା କରାଯାଇଥିଲା । ଏହି ପବିତ୍ର ଉତ୍ସବରେ ସହରର ବିଶିଷ୍ଠ ବଦାନ୍ୟବ୍ୟକ୍ତି ମନୋଜ କୁମାର ଅଗ୍ରୱାଲ, ବ୍ରଜ ମୋହନ ସାହୁ, ଗଣପତି ପୁରୋହିତ, ଗିରିଶ ଚନ୍ଦ୍ର ମିଶ୍ର, ରାଜେନ୍ଦ୍ର ପାଣିଗ୍ରାହୀ ଓ ସିଦେ୍ଧଶ୍ୱର ମିଶ୍ର ସାମଗ୍ରୀ ଓ ଆର୍ଥିକ ସହାୟତା ମଧ୍ୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟରାମ ମିଶ୍ର, ବାଦଲ ମହାକୁର ଯାଦବ, ପର୍ଶୁରାମ ନାୟକ, ସଂକୀର୍ତନ ତ୍ରିପାଠୀ ସମେତ ଅନେକ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.