
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରୀ ଗ୍ରାମରେ ନବ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଓ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଉତ୍ସାହ ଉଦ୍ଦୀପନା ସହ ସମ୍ପର୍ଣ୍ଣ ହୋଇଯାଇଛି । ଗତ ମଇ ୨ରୁ ଆରମ୍ଭ ହୋଇ ମଇ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଆଜି ଶେଷ ଦିବସରେ ପ୍ରାଣ ପ୍ରତିଷ୍ଠା ବିଗ୍ରହକୁ ମନ୍ଦିରରେ ସ୍ଥାପନ କରାଯାଇଥିଲା । ଆଜି ପାଟଣାଗଡ଼ ମହାରାଜା ତଥା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗଦେଇ ଥିଲେ । ତାକୁ ପୂଜା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଘଣ୍ଟ ଖୋଳ ତାଳ ଶଙ୍ଖ ବାଦ୍ୟ ସହ ଫୁଲ ଚନ୍ଦନ ଦେଇ ଭବ୍ୟ ସ୍ଵାଗତ କରି ପାଛୋଟି ନେଇଥିଲେ । ପରେ ନାମଯଜ୍ଞ ଓ ବିଗ୍ରହକୁ ଦର୍ଶନ କରିଥିଲେ । ପାଟଣାଗଡ଼ ମହାରାଜା ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ପ୍ରତିଷ୍ଠିତ ବିଗ୍ରହଙ୍କୁ ମଣ୍ଡପରୁ ନେଇ ନବ ନିର୍ମିତ ମନ୍ଦିରେ ପ୍ରବେଶ କରି ବେଦ ମନ୍ତ୍ର ପାଠ ସହ ସ୍ଥାପନ କରିଥିଲେ । ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞରେ ଯଜ୍ଞ କର୍ତ୍ତା ଭାବେ କୀର୍ତ୍ତନ ସୋନି ଓ ତାଙ୍କ ଧର୍ମପତ୍ନୀ ସବିତା ସୋନୀ କାର୍ଯ୍ୟନିର୍ବାହ କରିଥିଲେ । ମନ୍ଦିର ପ୍ରତିଷ୍ଠା ଯଜ୍ଞ କୁଣ୍ଡରେ ପୂଜାକାର୍ତ୍ତା ହୃଦାନନ୍ଦ ପାଣ୍ଡେ ତାଙ୍କ ଧର୍ମପତ୍ନୀ ରଜନୀ ପାଣ୍ଡେ, ମନୋଜ ପାଣ୍ଡେ ତାଙ୍କ ଧର୍ମପତ୍ନୀ ରଶ୍ମିତା ପାଣ୍ଡେ, ବିରେନ୍ଦ୍ର ସାହୁ ତାଙ୍କ ଧର୍ମପତ୍ନୀ ହୀରାବତୀ ସାହୁ, ଲୋଚନ ପାଣ୍ଡେ ତାଙ୍କ ଧର୍ମପତ୍ନୀ ସରୋଜିନୀ ପାଣ୍ଡେ, ଭାସ୍କର ସାହୁ ତାଙ୍କ ଧର୍ମପତ୍ନୀ ରଜନୀ ସାହୁ, କ୍ଷିତେଶ୍ଵର ପାଣ୍ଡେ ତାଙ୍କ ଧର୍ମପତ୍ନୀ କଲ୍ୟାଣୀ ପାଣ୍ଡେ, ନାରାୟଣ ସାହୁ ତାଙ୍କ ଧର୍ମପତ୍ନୀ ଅନୁସୟା ସାହୁ, କୌଲାଶ ସାହୁ ତାଙ୍କ ଧର୍ମପତ୍ନୀ ଫୁଲମତୀ ସାହୁ, ମହାଦେବ ବେହେରା ତାଙ୍କ ଧର୍ମପତ୍ନୀ ସୁଜାତା ବେହେରା, ହେମନ୍ତ ପାଣ୍ଡେ ତାଙ୍କ ଧର୍ମପତ୍ନୀ ସୁଲୋଚନା ପାଣ୍ଡେ, ଫତେସିଂ ନାଏକ ତାଙ୍କ ଧର୍ମପତ୍ନୀ ସରସ୍ୱତୀ ନାଏକ ପ୍ରମୁଖ ଯଜ୍ଞ କର୍ତ୍ତା କାର୍ଯ୍ୟ ନିର୍ବାହ କରିଥିଲେ । ଏଥିରେ ମୁଖ୍ୟ ପୂଜକ ପଣ୍ଡିତ ସୁବଳ ପଣ୍ଡାଙ୍କ ସମେତ ଅନ୍ୟ ପଣ୍ଡିତମାନେ ପୂଜା କାର୍ଯ୍ୟ ନିର୍ବାହ କରିଥିଲେ । ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞରେ ଶିକାରୀପାଲି, ସଂକ୍ରୀ ହନୁମାନପଡ଼ା, ମନ୍ଦିରପଡ଼ା, କୁତୁରାମାଲ, ଛେତଗାଁ, କାଦୋବାହାଲ, ବିଜାଢୋଲ, ଖୁଚାପାଲି, ଇସିନ୍ଧା, ଚିଖିଲି, ପୁରୀଚୁଆ, ଡୁଡୁକା ଆଦି ଗ୍ରାମର ସଂକିର୍ତନ ଦଳ ଯୋଗ ଦେଇ ଚିତ୍ତାକର୍ଷକ ସଂକିର୍ତନ ପରିବେଷଣ କରିଥିଲେ । ପ୍ରତ୍ୟେକ ଦିନ ସୁଧର୍ମୀ ଚେତନା ଆଶ୍ରମ ଦେବଦର୍ହାର ପ୍ରତିଷ୍ଠାତା ବାବା ଅନନ୍ତ ଚରଣ ମହାରାଜ ଓ ସାଥୀ ପ୍ରବଚନ, କୃଷ୍ଣ ଗୁରୁ ଓ ଅପେରା ପରିବେଶଣ ହୋଇଥିଲା । ମୀନା ବଜାର ବେଶ ଆକର୍ଷିତ ହୋଇଥିବା ବେଳେ ଭକ୍ତ ମାନଙ୍କର ପ୍ରବଳ ସମାଗମ ହୋଇଥିଲା । ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ଜଳଛତ୍ର ଓ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଏଥିରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କମିଟିର ଦିଶାମ୍ବର ସାହୁ, କିଶୋର ପ୍ରଧାନ, ଅକ୍ଷୟ ପାଣ୍ଡେ, ଗଣେଶ ପଟେଲ, ଯତିନ୍ଦ୍ର ହାତୀ, ଅଜିତ ମହକୁର, ବୈବ ରଣା, ନେହେରୁ ପାଣ୍ଡେ, ନରୋତ୍ତମ ଗିଣ୍ଣା, ଟଙ୍କଧର ବିଶ୍ଵାଳ, ପ୍ରଭାକର ପାଣ୍ଡେ, ଅନନ୍ତ ଗିର୍ଣ୍ଣା, ଅର୍ଜୁନ ବାଗ, ମାୟାଧର ପାଣ୍ଡେ, ଥୟଚନ୍ଦ୍ର ରଣା, ନାରାୟଣ ବରିହା ଜୀବର୍ଦ୍ଧନ ପାଣ୍ଡେ, ତିଶିକରାମ ବିଶ୍ଵାଳ ପ୍ରମୁଖଙ୍କ ସମେତ ଗ୍ରାମବାସୀ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ ।
