ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସାଂଗଠାନିକ ବୈଠକ ସଂପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ୨୦ ତାରିଖ ଦିନ ରେଲୱେ ଷ୍ଟେସନ ସ୍ଥିତ ହରିଓଂ ଭବନ ଠାରେ ଜିଲ୍ଲା ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାଦେବଙ୍କଠାରେ ପୂଜା ଅର୍ଚ୍ଚନା ତଥା ଦୀପ ପ୍ରଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଗତ ଦିନରେ ସ୍ୱର୍ଗାରୋହଣ କରିଥିବା ସମାଜରେ ଜଡ଼ିତ ଥିବା ଜାତି ଭାଇ ଭଣ୍ଡା ଗ୍ରାମର ବିମ୍ବାଧର ସାହୁ, ହୃଦାନନ୍ଦ ସାହୁ ଓ ଅନ୍ୟ ଦିବଙ୍ଗତମାନଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ସାଂଗଠନିକ ସଂପାଦକ ବିକାଶ ସାହୁ ସମସ୍ତଙ୍କୁ ସ୍ୱାଗତ କରି ମଂଚ ପରିଚାଳନା କରିଥିଲେ । ମଂଚାସୀନ ଥିବା ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ଜିଲ୍ଲା ସଂପାଦକ ପ୍ରଦୀପ କୁମାର ସାହୁ, ରାଷ୍ଟ୍ରୀୟ ଉପସଭାପତି ଅରୁଣ ସାହୁ ତଥା ନିମନ୍ତ୍ରିତ ଅତିଥି ସୋନପୁର ଜିଲ୍ଲାର ସଭାପତି ପଂକଜ ସାହୁ ପ୍ରମୁଖ ସାଂଗଠାନିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସମୃଦ୍ଧି ସଂପର୍କରେ ଆଲୋଚନା କରି ଜାତିଭାଇମାନଙ୍କ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ସଂପର୍କରେ ମତାମତ ରଖିଥିଲେ । ଜିଲ୍ଲାର ୧୪ଟି ବ୍ଲକ୍‌ ତଥା ବଲାଙ୍ଗିର ନଗର ତୈଳିକ ବୈଶ୍ୟ ସମାଜ ସମାଜ ସଭାପତି, ସଂପାଦକ ଓ ଅନ୍ୟ କର୍ମକର୍ତ୍ତାମାନେ ବିଭିନ୍ନ ପ୍ରସ୍ତାବ ପ୍ରଦାନ କରି ଜିଲ୍ଲା ସମାଜକୁ ଆଗକୁ ନେବା ଦିଗରେ ସୁଚିନ୍ତିତ ମନ୍ତବ୍ୟ ଦେଇଥିଲେ । ସମାଜର ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ସହଯୋଗ ପ୍ରଦାନ ତଥା ସେମାନଙ୍କ ହକ୍‌ ପାଇଁ ଜିଲ୍ଲା ତୈଳିକ ବୈଶ୍ୟ ସମାଜ ସବୁବେଳେ ସଂଘର୍ଷ ଜାରି ରଖିଥିବା କଥା ମଧ୍ୟ ଅତିଥିମାନେ କହିଥିଲେ । ନଗର ସଭାପତି ରେବତୀକାନ୍ତ ସାହୁ, ସଂପାଦକ ପରମାନନ୍ଦ ସାହୁ, ଅଭୟ ସାହୁ, ସତ୍ୟବାନ ସାହୁ, ବିପିନ ବିହାରୀ ସାହୁ, ରବିନ୍ଦ୍ର ସାହୁ, ମହେନ୍ଦ୍ର ସାହୁ, ଦତ୍ତ ସାହୁ, ବିରଂଚି ସାହୁ, ପର୍ଶୁରାମ ସାହୁ, ଶରତ ଚନ୍ଦ୍ର ସାହୁ, ନିରଂଜନ ସାହୁ, ପ୍ରଦୀପ ସାହୁ, ରୋହିତ ସାହୁ, ଗଣେଶ ସାହୁ, ହେରାମ ସାହୁ, ଫକୀର ସାହୁ, ମହେଶ୍ୱର ସାହୁ, ଉମେଶ ସାହୁ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ । ପରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ୍‌ ପାଇଁ ସମୀକ୍ଷକ ଭାବେ ଅଙ୍ଗୀରା ସାହୁ, ପ୍ରସନ୍ନ ସାହୁ, ଗୋବିନ୍ଦ ସାହୁ, ଦିଲୀପ ସାହୁ, ଧୃବଚରଣ ସାହୁ, ମୋହନ ସାହୁ, ଶ୍ୟାମ ସାହୁ ଓ ମୁକେଶ ସାହୁଙ୍କୁ ନିଯୁକ୍ତ କରାଯାଇଥିଲା । ଶେଷରେ ପ୍ରସନ୍ନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.