ଟିଟିଲାଗଡ଼ ହାଇସ୍କୁଲ ପଡ଼ାରେ ପିଏଚ୍‌ଡି ବିଭାଗ ଗାତ ଖୋଳି ନପୋତିବା ଯୋଗୁଁ ଲୋକେ ହେଉଛନ୍ତି ଅସୁବିଧାର ସମ୍ମୁଖୀନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସରକାର ଲୋକଙ୍କ ସୁବିଧା ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ତା’ ମଧ୍ୟରୁ ପିଇବା ପାଣି ଅନ୍ୟତମ । ପରିତାପର ବିଷୟ ଯେ, ଦୀର୍ଘ ଗୋଟିଏ ମାସରୁ ଅଧିକ ସମୟ ବିତି ଯାଇଥିଲେ ହେଁ ହାଇସ୍କୁଲ ପଡ଼ାରେ ପିଇବା ପାଣି ମରାମତି କରିବା ପାଇଁ ତଥା ନୂତନ ସଂଯୋଗ ପାଇଁ ଗାତ ଖୋଳା କାମ କରାଯାଇଥିଲା । କାମ ସରିଗଲା ପରେ ପିଇବା ପାଣି ମଧ୍ୟ ଆସିନି କିନ୍ତୁ ଖୋଳା ଯାଇଥିବା ଗାତକୁ ନପୋତିବା ଯୋଗୁଁ ସଙ୍କୁଚିତ ରାସ୍ତାରେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ହାଇସ୍କୁଲ ପଡ଼ାବାସୀ ଅଭିଯୋଗ କରିଛନ୍ତି । ରୋଗୀ ତଥା ସ୍କୁଲ ଛାତ୍ରଛାତ୍ରୀମାନେ ଯିବା ଆସିବା କରିବା ପାଇଁ ବହୁତ ହଇରାଣ ହେଉଛନ୍ତି । ଏହି ରାସ୍ତା ଖୋଳା ଯିବା ଯୋଗୁଁ ପଡ଼ା ଭିତରକୁ ଅଟୋ ବି ଆସିପାରୁ ନାହିଁ । ଲୋକେ ଯିବା ଆସିବା କରିବେ କିପରି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯଥାଶୀଘ୍ର ଏହି ଗାତ ପୋତିବାକୁ ସ୍ଥାନୀୟ ଲୋକେ ପ୍ରଶାସନକୁ ଗୁହାରି କରିଛନ୍ତି ।

Leave A Reply

Your email address will not be published.