oom

ବରପାଲି ଫାର୍ମାସୀ କଲେଜରେ ଜାତୀୟ ସମ୍ମିଳନୀ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ଫାର୍ମାସୀ କଲେଜରେ ‘ଫାର୍ମା ଟୁଲ୍ସ’ ଉପରେ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ ବରପାଲି ଫାର୍ମାସୀ କଲେଜର ଚେୟାରମ୍ୟାନ ନରେନ୍ଦ୍ର କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଏପିଟିଆଇର ରାଜ୍ୟ ସଭାପତି ପ୍ରଫେସର ଡକ୍ଟର ସୋମଜିତ୍ ପଣ୍ଡା, ମୁଖ୍ୟ ବକ୍ତା ପ୍ରଫେସର ଡକ୍ଟର କେ ଭି ରମନ୍ ମୂର୍ତ୍ତି ଓ ସମ୍ମାନିତ ବକ୍ତା ଭାବରେ ପ୍ରଫେସର ଡକ୍ଟର ଚନ୍ଦ୍ର ଶେଖର ପୁରୋହିତ ଯୋଗଦାନ କରିଥିଲେ । ପରିଚାଳନା କମିଟିର ସଭାପତି ହିମାଂଶୁ ମୋହନ ଦେଓ, କଲେଜର ଅଧ୍ୟକ୍ଷ ଅର୍ଣ୍ଣାବଦିତ୍ୟ ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ କଲେଜର ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ମା’ ସମଲେଶ୍ଵରୀଙ୍କ ଫଟୋଚିତ୍ରରେ ଦ୍ଵୀପ ଓ ପୁଷ୍ପ ମାଲ୍ୟାର୍ପଣ ପରେ ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସମ୍ମିଳନୀର ଦ୍ଵିତୀୟ ଅଧିବେଶନରେ ପ୍ରଫେସର ଡକ୍ଟର କେ ଭି ରମନ୍ ମୂର୍ତ୍ତି ଓ ପ୍ରଫେସର ଡକ୍ଟର ଚନ୍ଦ୍ର ଶେଖର ପୁରୋହିତ ନୂତନ ଔଷଧ କିପରି ଆବିଷ୍କାର କରାଯିବ ଓ ଏହାର ପ୍ରୟୋଗ ଜ୍ଞାନ କୌଶଳ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହି ଜାତୀୟ ସମ୍ମିଳନୀରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ସମସ୍ତ ଅଧ୍ୟାପକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.