oom

ନବ ନିର୍ମାଣ କୃଷକ ସଂଗଠନର ସାମ୍ବାଦିକ ସମ୍ମିଳନୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ନବ ନିର୍ମାଣ କୃଷକ ସଂଘର ଯୁବ ଶାଖା)ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ଦୀର୍ଘ ୧୧ ଦିନ ଧରି ରୁଚିକା ମହାନ୍ତିଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତିଙ୍କ ସହିତ ଅନଶନ ଜାରି ରଖିଥିଲେ । ଗତ ୧୩ ତାରିଖ ଦିନ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ତାଙ୍କର ଅନଶନକୁ ପ୍ରତ୍ୟାହାର କରାଯାଇ ଆଗାମୀ ଜୁଲାଇ ୧୯ ତାରିଖରେ ଓଡିଶା ବନ୍ଦର ଡାକରା ଦେବା ପାଇଁ ନିଷ୍ପତ୍ତି କରାଗଲା । ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କର ଅନଶନକୁ ପ୍ରତ୍ୟାହାର କରାଇବା ସହିତ ଓଡିଶା ବନ୍ଦର ଘୋଷଣା କରିଥିଲେ । ବିଜେବି କଲେଜ ସାମ୍ନାରେ ଏମାନଙ୍କର ବସିବା ଏବଂ ସେଠାରେ ରୁଚିକାଙ୍କ ମା’ ସେଠାରେ ଶୁଦ୍ଧି ହେବାର ଘୋଷଣା କରିବା ପରେ ପୋଲିସ ଯେଭଳି ଭାବରେ ଟଣା ଓଟରା କରି ଜୋର ଜବରଦସ୍ତ ରାତି ଅଧରେ ରୁଚିକାଙ୍କ ମା’ଙ୍କ ସହିତ ଅନଶନକାରୀଙ୍କୁ ଉଠାଇ ନେଲେ ତାହା ପୋଲିସ ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି ମତ ପ୍ରକାଶ ପାଇଥିଲା । ତତ୍‌ ସହିତ ବିନା ତଦନ୍ତରେ ପୋଲିସ ର‍୍ୟାଗିଂ ହୋଇ ନଥିବା କହିବା ଦୁର୍ଭାଗ୍ୟ ଜନକ । ଯେତେବେଳେ ନିଜେ ରୁଚିକା ତିନି ଜଣ ସିନିୟର ଛାତ୍ର ର‍୍ୟାଗିଂ କରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ । ଏଥିପାଇଁ ସଂଗଠନ ରୁଚିକା ଆତ୍ମହତ୍ୟା ପାଇଁ ଦାୟୀ ଥିବା ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରିବା ସହିତ ଅବହେଳା କରିଥିବା କଲେଜ କର୍ତ୍ତୃପକ୍ଷ, ଓଡିଶା ପ୍ରଶାସନ ଓ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ଓଡିଶା ବନ୍ଦର ଘୋଷଣା କରିଛି । ପ୍ରଥମେ ର‍୍ୟାଗିଂ କରିଥିବା ପିଲାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଦାୟିତ୍ୱରେ ଅବହେଳା କରିଥିବା କର୍ତ୍ତୃପକ୍ଷ ଯଥା ୱାର୍ଡେନ, ସୁପରିନଟେଣ୍ଡଣ୍ଟ ଏବଂ ପ୍ରିନ୍‌ସିପାଲଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଉ, ପୋଲିସ ବିଭାଗ ବିନା ତଦନ୍ତ ର‍୍ୟାଗିଂ ହୋଇ ନଥିବା କହିବା ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ । ରୁଚିକା ନ୍ୟାୟ ଦେବା ପାଇଁ ଏବଂ ଓଡିଶାରେ ଛାତ୍ରୀମାନଙ୍କ ସୁରକ୍ଷା ଓ ସ୍ୱାଭିମାନକୁ ବଞ୍ଚାଇ ରଖିବା ପାଇଁ ଓଡିଶାର ସମସ୍ତ ଜନସାଧାରଣ, ଛାତ୍ର, ଯୁବକ, ମହିଳା, ଚାଷୀ, ବୁଦ୍ଧିଜୀବୀ, ବ୍ୟବସାୟୀ ପ୍ରମୁଖଙ୍କୁ ଆଗାମୀ ୧୯ ତାରିଖ ଓଡିଶା ବନ୍ଦରେ ସାମିଲ ହେବା ପାଇଁ ଏନ୍‌ୱାଇସିଏସ୍‌ କନଭେନ ପ୍ରଦ୍ୟୁମ୍ନ କୁମାର ପାଢି ଓ ଜିଲ୍ଲା କୋଡିନେଟର ନବନିର୍ମାଣ ରାମନାରାୟଣ ବ୍ରହ୍ମା ବଲାଙ୍ଗିର ଯାଦବ ଭବନ ପରିସରେ ସମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.