ରୋତ କଲେଜରେ ପୁରାତନ ଛାତ୍ର ସମ୍ମିଳନୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ବାଣୀନିକେତନ ରୋତ ଠାରେ ବିଗତ ୪୨ ବର୍ଷର ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପୁରାତନ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପରିଚାଳନା ସଂପାଦକ ଡକ୍ଟର ସୁବିଜ୍ଞ ଗଡତ୍ୟା ଓ ସହ-ପରିଚାଳନା ସଂପାଦକ ଦୈତାରି ଶବର ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ମାଁ ସରସ୍ଵତୀଙ୍କ ପଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ମାଲ୍ୟାର୍ପଣ ପୂର୍ବକ ସମୂହ ପ୍ରାର୍ଥନା ଓ ଜାତୀୟ ସଙ୍ଗୀତ ଗାନ କରାଯାଇ ମହାବିଦ୍ୟାଳୟ ସହିତ ଜଡିତ ଦିବଙ୍ଗତ ଆତ୍ମାମାନଙ୍କ ପ୍ରତି ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ପରିଚାଳନା ଓ ସହ ପରିଚାଳନା ସମ୍ପାଦକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ଷଡଙ୍ଗୀ ପୁରାତନ ଛାତ୍ର ସଂସଦର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ କାର୍ଯ୍ୟପନ୍ଥା ସଂପର୍କରେ ସୁଚନା ପ୍ରଦାନ କରିଥିଲେ । ପରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ନିଜ ନିଜର ପରିଚୟ ପ୍ରଦାନ କରି ପୁରାତନ ଛାତ୍ର ସଂସଦକୁ ସୁଦୃଢ କରି ମହାବିଦ୍ୟାଳୟର ବିକାଶ କରିବାକୁ ଆହ୍ୱାନ କରିଥିଲେ । ପୂରାତନ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜ ପରିଚୟ ଦେଇ ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କରିବାକୁ ସହମତି ପ୍ରଦାନ କରିଥିଲେ । ଏହି ଅବସରରେ ପୁରାତନ ଛାତ୍ର ସଂସଦ ଗଠନ କରାଯାଇ ସର୍ବସମ୍ମତି କ୍ରମେ ଅନନ୍ତ କୁମାର ଯୋଷୀଙ୍କୁ ସଭାପତି, ହେମନ୍ତ କୁମାର ପଟେଲ ଉପସଭାପତି, ଅଜୟ କୁମାର ପଟେଲ ସାଧାରଣ ସମ୍ପାଦକ, ରାଧେଶ୍ୟାମ ଯୋଷୀ ସହସମ୍ପାଦକ, ଗୟାଧର ପଟେଲ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିଲେ । ଦୁଇଜଣ ଉପଦେଷ୍ଟା ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ଓ ଡକ୍ଟର ସୁବିଜ୍ଞ ଗଡତ୍ୟା ରହିଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବରେ ଶଶାଙ୍କ ଶେଖର ଭୋଇ, ଦୟାସାଗର ପଟେଲ, ଲୋକାରାମ ସାହୁ, ଆଶିଷ କୁମାର ମେହେର, ସୁବାସ ଚନ୍ଦ୍ର ପଟେଲ, ଧନଞ୍ଜୟ ମେହେର, ଶିବକୁମାର ଦାସ, କଲ୍ୟାଣୀ ତ୍ରିପାଠୀ, ସ୍ଵାଗତିକା ଚନ୍ଦନ ପ୍ରମୁଖ ମନୋନୀତ ହୋଇଥିଲେ । ଓଡ଼ିଆ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଭା ସଂଯୋଜନା କରିଥିବା ବେଳେ ଇଂରାଜୀ ଅଧ୍ୟାପକ ମାନସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.