୨ହଜାର କିଲୋମିଟର ସାଇକେଲ୍ ଚଲାଇ ସୋନୁଙ୍କୁ ସମ୍ମାନିତ କରିବେ ଯୁବକ

ମୁମ୍ବାଇ : ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ ସମୟରୁ ଲୋକଙ୍କୁ ସାହାଯ୍ୟ କରି ଚାଲିଛନ୍ତି । ତାଙ୍କର ଏହି ବଦାନ୍ୟତା ପାଇଁ ସୋନୁ ସୁଦଙ୍କୁ ଲୋକଙ୍କ ଢେର ସ୍ନେହ ଓ ପ୍ରଶଂସା ମିଳିଛି । ତାଙ୍କ ସହାୟତା ଯୋଗୁଁ ଅନେକ ଲୋକଙ୍କ ଜୀବନ ବଦଳି ଯାଇଛି । ସେ ଅଭାବୀ ଲୋକଙ୍କୁ ସବୁ ସମ୍ଭବ ସାହାଯ୍ୟ କରିଛନ୍ତି । ତାଙ୍କର ଏହି ବଦାନ୍ୟତା ପାଇଁ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ସବୁଠାରୁ ବଡ ସମ୍ମାନ ଦେବାକୁ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ସାଇକେଲ ଚାଳକ ନାରାୟଣ କିଶନଲାଲ ବ୍ୟାସ କହିଛନ୍ତି ଯେ ସେ ସୋନୁ ସୁଦଙ୍କୁ ସମ୍ମାନ ଦେବାକୁ ସାଇକେଲରେ ୨ହଜାର କିଲୋମିଟର ଯାତ୍ରା କରିବେ । ସେ ନହରାଷ୍ଟ୍ର ୱସିମରୁ ତାମିଲନାଡୁ ରାମସେତୁ ଯାଏଁ ସାଇକେଲରେ ଯାତ୍ରା କରିବେ । ସେ ଏହି ଯାତ୍ରା ଫେବୃଆରୀ ୭ ତାରିଖରେ ଆରମ୍ଭ କରିବେ । ଫେବୃଆରୀ ୧୪ ତାରିଖ ସୁଦ୍ଧା ଯାତ୍ରା ପୁରା କରିବେ ବୋଲି କହିଛନ୍ତି । ଏ ସମ୍ପର୍କରେ ସେ ନିଜେ ସୂଚନା ଦେଇଛନ୍ତି । ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ଇଣ୍ଟରଭ୍ୟୁରେ ନାରାୟଣ ବ୍ୟାସ କହିଛନ୍ତି ଯେ, ମୁଁ ଗତ ୫୭ ବର୍ଷ ହେଲା ସାଇକେଲରେ ଯାତ୍ରା କରୁଛି । ସାମାଜିକ କାର୍ଯ୍ୟପାଇଁ ଯାତ୍ରା କରେ । ଗତଥର ମୁଁ ମହାରାଷ୍ଟ୍ରରୁ ବାଘା ବର୍ଡ଼ର ଯାଏଁ ଯାତ୍ରା କରିଥିଲି । ଏଥିପାଇଁ ମୋତେ ୯ ଦିନ ଲାଗିଥିଲା । ଏବେ ମୁଁ ୨ହଜାର କିଲୋମିଟର ଯାତ୍ରା କରିବି । ଏହି ଯାତ୍ରା ବିଶେଷ କରି ସୋନୁ ସୁଦଙ୍କ ସମ୍ମାନ ପାଇଁ । ଏହା ପୂର୍ବରୁ ମଧ୍ୟ ଅନେକ ଲୋକ ସୋନୁ ସୁଦଙ୍କୁ ନିଜ ନିଜ ଅନ୍ଦାଜରେ ସମ୍ମାନିତ କରିଛନ୍ତି । କିନ୍ତୁ ତାଙ୍କ ପାଇଁ ଏହିଭଳି ଏକ ବଡ ପଦକ୍ଷେପ ନେବା ଏହା ପ୍ରଥମ । ନାରାୟଣ ବ୍ୟାସଙ୍କ ସମ୍ମାନ ଯାତ୍ରା ସମ୍ବନ୍ଧରେ ଶୁଣି ଅଭିନେତା ମଧ୍ୟ ବହୁତ ଖୁସି ହୋଇଛନ୍ତି । ପ୍ରତିକ୍ରିୟା ରଖି ସେ କହିଛନ୍ତି ମୋତେ ପ୍ରତିଦିନ ଯେଉଁଭଳି ସମ୍ମାନିତ କରାଯାଉଛି ମୁଁ ଏସବୁ ସ୍ୱପ୍ନରେ ବି କେବେ ଭାବିନଥିଲି । ମୁଁ କେବଳ ସେ କାମ ହିଁ କରୁଛି ଯାହା ଆମ ସମସ୍ତଙ୍କୁ କରିବା ଉଚିତ । ନାରାୟଣ ମୋ ପାଇଁ ସାଇକେଲରେ ୨ହଜାର କିଲୋମିଟର ଯାତ୍ରା କରିବା ମୋ ପାଇଁ ସବୁଠାରୁ ବଡ ପୁରସ୍କାର ବୋଳି ଅଭିନେତା ସୋନୁ ସୁଦ୍‌ କହିଛ‌ନ୍ତି ।

Leave A Reply

Your email address will not be published.