oom

ସମାଜ ପରିବର୍ତ୍ତନରେ ନାରୀର ଭୁମିକା ଗୁରୁତ୍ୱପୁର୍ଣ୍ଣ : ଆର୍ନ୍ତଜାତୀୟ ମହିଳା ଦିବସରେ କରୋନା ଯୋଦ୍ଧା ସମ୍ମାନିତ

jsmm

ଡେଲାଙ୍ଗ, (ଦିଲିପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ମହିଳା ମହାସଂଘ, ଡେଲାଙ୍ଗ ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହିଳା ମହାସଂଘର ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ମୁଖ୍ୟ ବକ୍ତା ରୂପେ ଏବଂ ସମ୍ମାନିତ ଅତିଥି ଭାବେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗୀ, ତହସିଲଦାର ମହେନ୍ଦ୍ର କୁମାର ବଢେଇ, ବ୍ଲକ ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବଳବନ୍ତରାୟ, ସମବାୟବିତ୍‌ ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ତଥା ସରପଚଂ ଦମୟନ୍ତୀ ନିଶଙ୍କ, ଜିଲ୍ଲା ପରିଷଦ ସଦସ୍ୟ ମଳୟ ମାହାନ୍ତି, ପୁଷ୍ପାଂଜଳି ସାମଲ, ଦେବାଶିଷ ନନ୍ଦ, ବିଜେଡି ରାଜ୍ୟ ସମ୍ପାଦକ କୁନା ବିହାରୀ ଦାଶ, ସୁନିଲ ପଣ୍ଡା, ଡେଲାଙ୍ଗ ମେଡିକାଲ ଅଧିକାରୀ ଡ.ସନ୍ତୋଷ କୁମାର ତ୍ରିପାଠୀ, ସମିତି ସଭ୍ୟଙ୍କ ପ୍ରତିନିଧି ଲଲାଟେନ୍ଦୁ ବେବର୍ତ୍ତ, ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଓ ସଭାନେତ୍ରୀ ବିଦ୍ୟୁତଲତା ସ୍ୱାଇଁ ପ୍ରମୁଖ ସାମିଲ ହୋଇ ମହିଳା ସଶକ୍ତିକରଣ, ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ଯୋଜନା ଓ ସମାଜ ପରିବତର୍ତ୍ତନରେ ନାରୀ ଭୁମିକା ଉପରେ ଆଲୋକପାତ କରିବା ସହ ମହିଳାମାନେ ଆହ୍ୱାନକୁ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିôଲେ । ନୂତନ ତହସିଲଦାର ମହେନ୍ଦ୍ର କୁମାର ବଢେଇ ଆଜି ମହିଳା ଦିବସରେ ଫଣି ଘରଭଙ୍ଗା ସହାୟତା ବକେୟା ପ୍ରାପ୍ୟ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । କରୋନା ଯୋଦ୍ଧା ଭାବେ ସାମ୍ବାଦିକ, ପଚାଂୟତ ଜନ ପ୍ରତିନିଧି ଓ ଅଙ୍ଗନାୱାଡି କର୍ମୀ ମାନଙ୍କୁ ମହିଳା ମହାସଂଘ ପକ୍ଷରୁ ଅତିଥିଙ୍କ ଦ୍ୱାରା ମାନପତ୍ର, ଉତ୍ତରୀୟ, ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସରପଞ୍ଚ ଦମୟନ୍ତୀ ନିଶଙ୍କ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.