oom

ପାଚେରୀଘାଟ ମହୋତ୍ସବରେ ବଲାଙ୍ଗିର ଢୋଲମୁହୂରୀ କଳାପରିଷଦ ସମ୍ମାନିତ

jsmm

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ରୁଷୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ପାଚେରୀଘାଟ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଢୋଲମୁହୂରୀ କଳାପରିଷଦକୁ ଆଯୋଜକ କମିଟି ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି । ମହୋତ୍ସବ କମିଟିର ସଭାପତି ଭୋଜରାଜ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗୁଡ଼ଭେଲା ବ୍ଲକ ଅଧ୍ୟକ୍ଷ ବେବୀ ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମାଜସେବୀ ନବୀନ ଜୈନ, ବ୍ଲକ ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରା, ରୁଷୁଡା ସରପଞ୍ଚ କୈଳାସ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ କାମ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୃଥ୍ୱୀରାଜ ନନ୍ଦ, ଟୁକୁ ମାଝୀ, ଅମରେଶ ବାଗ, ରବିଶଙ୍କର ଭୋଇ, ମୁଖ୍ୟ ପୂଜକ ତେଜରାଜ ମାଝୀ, ଗୋବର୍ଦ୍ଧନ ମାଝୀ ପ୍ରମୁଖ ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.