om academy

ମୋଷ୍ଟ ଟ୍ରଷ୍ଟେଡ୍‌ ୟୁନିଭର୍ସିଟି ଫର କ୍ୱାଲିଟି ଏଜୁକେସନ୍‌ ଇନ୍‌ ଇଣ୍ଡିଆ ସମ୍ମାନରେ ସମ୍ମାନିତ ହେଲା ସୋଆ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗୁଣବତ୍ତା ଶିକ୍ଷା କ୍ଷେତ୍ରରେ ଦେଶର ସବୁଠାରୁ ଭରସାଯୋଗ୍ୟ ବିଶ୍ୱବିଦ୍ୟାଳୟ ଭାବେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀ ଠାରେ “ଦ ଗୋଲ୍ଡେନ୍‌ ଷ୍ଟାର ଆଇକନ୍‌ ଆୱାଡ୍‌ର୍ସ’ କାର୍ଯ୍ୟକ୍ରମରେ ‘ସୋଆ’କୁ “ମୋଷ୍ଟ ଟ୍ରଷ୍ଟେଡ୍‌ ୟୁନିଭର୍ସିଟି ଫର କ୍ୱାଲିଟି ଏଜୁକେସନ୍‌ ଇନ୍‌ ଇଣ୍ଡିଆ’ ସମ୍ମାନ ପ୍ରଦାନ କରାଯାଇଛି । ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ଜୟାପ୍ରଦାଙ୍କ ଠାରୁ ‘ସୋଆ’ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଅଫିସର୍ସ୍‌ ଅନ୍‌ ସ୍ପେଶାଲ୍‌ ଡ୍ୟୁଟି ପ୍ରୀତମ୍‌ ନାୟକ । ‘ସୋଆ’ ନ୍ୟାସନାଲ୍‌ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍‌ କାଉନସିଲ୍‌ (ନାକ୍‌)ର ତୃତୀୟ ପର୍ଯ୍ୟାୟ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ସର୍ବୋଚ୍ଚ ଏପ୍ଲସ୍‌ପ୍ଲସ୍‌ ଗ୍ରେଡ୍‌ ହାସଲ କରିଛି । ମୋଟ ୪.୦୦ ସ୍କୋରରୁ ସର୍ବାଧିକ ୩.୮୮ କମ୍ୟୁଲେଟିଭ୍‌ ଗ୍ରେଡ୍‌ ପଏଣ୍ଟ ଆଭରେଜ (ସିଜିପିଏ) ହାସଲ କରି ‘ସୋଆ’ ଏହି କୃତିତ୍ୱ ହାସଲ କରିଛି । ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ର‍୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୧ ର‍୍ୟାଙ୍କିଙ୍ଗ୍‌ରେ ‘ସୋଆ’ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୨୦ତମ ସ୍ଥାନ ହାସଲ କରିଥିଲା । ସେହିପରି ବିଶ୍ୱସ୍ତରରେ ସମ୍ମାନଜନକ କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି-୨୦୨୩ ର‍୍ୟାଙ୍କିଙ୍ଗ୍‌ ଓ ଟାଇମ୍‌ସ ହାୟର ଏଜୁକେସନ୍‌ (ଟିଏଚ୍‌ଇ) ୨୦୨୨ ର‍୍ୟାଙ୍କିଙ୍ଗ୍‌ରେ ମଧ୍ୟ ସୋଆ ନିଜର ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ।

Leave A Reply

Your email address will not be published.