oom

ରାଷ୍ଟ୍ରର ସ୍ୱାଧୀନତା ପ୍ରତି ସମ୍ମାନ ଅର୍ପଣ

jsmm

ଟିଟିଲାଗଡ, (କେପିଏନ୍‌ଏସ୍‌) : ଟିଟିଲାଗଡ ବରିଷ୍ଠ ନାଗରିକ ସଂଘ ତିନିଦିନ ବ୍ୟାପି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ରାଷ୍ଟ୍ର ଓ ଜାତୀୟ ପତାକା ପ୍ରତି ସଶ୍ରଦ୍ଧ ସମ୍ମାନ ଅର୍ପଣ କରିଛି । ଏହି ଅବସରରେ ସଂଘର ସଭାପତି ସେବକ ଚରଣ ଦାଶଙ୍କ ସଭାପତିତ୍ୱରେ ଏକ ସଭା ସ୍ଥାନୀୟ ସରୋବର ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ୭୫ ବର୍ଷର ସ୍ୱାଧୀନତା ମଧ୍ୟରେ ଆମର ପ୍ରାପ୍ତି ଓ ପ୍ରଗତି ସଂପର୍କିତ ବକ୍ତବ୍ୟ ବରିଷ୍ଠ ଉପଦେଷ୍ଟା ଡ. ଯୁଗଳ କିଶୋର ଷଡଙ୍ଗୀ ଉପସ୍ଥାପନ କରିଥିଲେ । ସଂପାଦକ ଭିକାରୀ ଚରଣ ମିଶ୍ର ରାଷ୍ଟ୍ରପ୍ରତି ବରିଷ୍ଠ ନାଗରିକମାନଙ୍କ ଭୂମିକା ଉପରେ ଆଲୋକପାତ କରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଦର୍ଶନ ସଭାରେ ଅନୁଷ୍ଠାନର ସଭ୍ୟ ଜଗନ୍ନାଥ ପଣ୍ଡା, ଅଭିନ କିଶୋର ରଥ, ଗୋକୁଳ ଚନ୍ଦ୍ର ଅଗ୍ରଵାଲ, ବନମାଳୀ ଦାଶ, ବୈରିଗଂଜନ ମିଶ୍ର, ବୃନ୍ଦାବନ ଷଡଙ୍ଗୀ, ଶୁକଦେବ ଯୋଷୀ, ଅକ୍ଷୟ କୁମାର ବେହେରା, ଗୌରହରି ବେହେରା, ପର୍ଶୁରାମ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ରାଷ୍ଟ୍ର ଓ ଜାତୀୟ ପତାକାକୁ ସମ୍ବୋଧିତ କରିଥିଲେ ।

jittmm
Leave A Reply

Your email address will not be published.