oom

ମୁକୁନ୍ଦ ଦାଶ ପାଇଲେ ଦୂରଦୃଷ୍ଟି କରୋନା ଯୋଦ୍ଧା ସମ୍ମାନ

jsmm

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟକୁ ଏ ବର୍ଷ ଭୁବନେଶ୍ବର ଉତ୍କଳ ସାମ୍ବାଦିକ ସଂଘ ଖାରବେଳ ନଗର ଠାରେ ଦୂରଦୃଷ୍ଟି ସମ୍ମାନ ପ୍ରଦାନ କରାଯାଇଛି । ଅସହାୟ ଲୋକଙ୍କୁ ସାହାଯ୍ୟ ଓ କୁଷ୍ଟ ରୋଗୀଙ୍କୁ ସେବା, କରୋନା ସମୟରେ ଲୋକଙ୍କ ସମସ୍ୟା ଓ ସାମାଜିକ କାର୍ୟ୍ୟକ୍ରମ କରିବା, ବୃକ୍ଷ ରୋପଣ, ନାରାୟଣ ସେବା, କର୍କଟ ରୋଗୀଙ୍କୁ ସହଯୋଗ ଇତ୍ୟାଦି କାମ ପାଇଁ ବରଗଡ ମାଟିର ସୁପୁତ୍ର ମୁକୁନ୍ଦ ଦାଶଙ୍କୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେଡି ଉପ ରାଜ୍ୟ ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ, ରାଜ୍ୟ ସୂଚନା କମିଶନର ଦିଲୀପ କୁମାର ବିଶୋଇ ଓ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୁଷଣ କର, ଦୂରଦୃଷ୍ଟିର ସଂପାଦକ ଭକ୍ତ ଶେଖର ରାୟଙ୍କ ଠାରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ ଉଭୟ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ଜନ କଲ୍ୟାଣ ସେବା ଟ୍ରଷ୍ଟର କାର୍ୟ୍ୟକ୍ରମ ସହ ବ୍ୟକ୍ତିଗତ ଭାବେ ମହାନ କାର୍ୟ୍ୟକ୍ରମ କରିଛନ୍ତି ବୋଲି ସଭାରେ ଉଚ୍ଚ ପ୍ରଶଂସା କରିଥିଲେ ।

jittmm
Leave A Reply

Your email address will not be published.