oom

ପୋତାଗଡର ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ସମୀକ୍ଷା

jsmm
  • ଉନ୍ନୟନ ପାଇଁ ଖର୍ଚ୍ଚ ହେବ ୬ କୋଟି ୯୪ ଲକ୍ଷ ୯୮ ହଜାର, ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଐତିହାସିକ ପୋତାଗଡ଼ର ବିକାଶ ଓ ପୁନଃ ଉଦ୍ଧାର ନିମନ୍ତେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶନିବାର ପୋତାଗଡ଼ ଗ୍ରସ୍ତ କରି ଏହାର ସମୀକ୍ଷା କରିଥିଲେ । ତହସିଲଦାର ଅରୁଣ କୁମାର ନାୟକ, ବ୍ରହ୍ମପୁର ଡ଼ିଭିଜନ ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ଜୟଦୀପ ପଣ୍ଡା, ହୁମା ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ବିଜେଡି ଏନଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ଏନଏସି ଉପନଗରପାଳ ପ୍ରମୁଖ ସମୀକ୍ଷା ବେଳେ ଉପସ୍ଥିତ ଥିଲେ । ଋଷିକୁଲ୍ୟା ନଦୀ ପାର୍ଶ୍ଵରେ ଥିବା ଏହି ଐତିହାସିକ ପୋତାଗଡ଼ର ଉନ୍ନତିକରଣ ପାଇଁ ବ୍ଲୁ ପ୍ରିଣ୍ଟ ସରିଛି । ଏଥିପାଇଁ ୬ କୋଟି ୯୪ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି । ଖୁବ୍‌ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ସାଂସଦ ସାହୁ ସୂଚନା ଦେଇଛନ୍ତି । ସେଠାରେ ସ୍ମାର୍ଟ ପାର୍କ, ବୋଟିଂ କ୍ଳବ, ଆକର୍ଷଣୀୟ ମୁଖ୍ୟ ଫାଟକ, ପର୍ଯ୍ୟଟକ ପାଇଁ ଫୁଡ ପ୍ଲାଜା ଆଦି ନିର୍ମାଣ ହେବ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ ବୋଲି ସାଂସଦ କହିଛନ୍ତି । ଏଥିସହ ଏହି ପୋତାଗଡ଼ ମଧ୍ୟରେ ଥିବା ବିଭିନ୍ନ ଦୁର୍ଗ ତଥା ଘୋଡା ହାତୀଶାଳ, ପ୍ରାଚୀନ ପାଚେରୀ, ଦୁର୍ଗଠାରୁ ଋଷିକୁଲ୍ୟା ନଦୀକୁ ସଂଯୋଗ ପ୍ରବେଶ ଦ୍ୱାର ଆଦିର ପୁନଃ ଉଦ୍ଧାର କରାଯିବ ବୋଲି ବିଧାୟକ ବେହେରା ସୂଚନା ଦେଇଛନ୍ତି । ପ୍ରାକ୍ତନ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମୟରେ ପୂର୍ବରୁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ମାର୍ଟ ପାର୍କ ପାଇଁ ୭୫ ଲକ୍ଷ ଓ ପାର୍କିଂ ସ୍ଥଳ ଉନ୍ନୟନ ପାଇଁ ୧୦ ଲକ୍ଷ, ପାଚେରୀ ଓ ବିଶ୍ରାମ ସ୍ଥଳୀ ପାଇଁ ୧୦ ଲକ୍ଷ, ଏନଏସି ପ୍ରଶାସନ ପକ୍ଷରୁ ୩୭ ଲକ୍ଷ ୫୦ ହଜାର ଏବଂ ଆଦର୍ଶ ଶୌଚାଳୟ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ତତ୍‌ ସଙ୍ଗେ ସଙ୍ଗେ ପୋତାଗଡ଼ର ଉନ୍ନୟନ ପାଇଁ ବିଧାୟକ ବେହେରା ପର୍ଯ୍ୟଟନ ସଚିବଙ୍କୁ ୨୦୨୧ରେ ଚିଠି ଲେଖିବା ପରେ ପୁଣି ୫ କୋଟି ଟଙ୍କା ମଞ୍ଜୁର ହୋଇଥିବା ବିଧାୟକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଏଥିସହ ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦର ପୁର ଗ୍ରାମକୁ ଲାଗି ରହିଥିବା ଋଷିକୁଲ୍ୟା ନଦୀ ପଥର ବନ୍ଧ ନିର୍ମାଣ ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବିଧାୟକ ବେହେରା ସୂଚନା ଦେଇଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ, ସେ କହିଛନ୍ତି ।

jittmm
Leave A Reply

Your email address will not be published.