oom

ତୁରେକେଲାରେ ବିଜେଡିର ନୂଆଁଖାଇ ଭେଟ୍‌ଘାଟ ଓ କର୍ମୀ ସମ୍ମିଳନୀ

jsmm
  • ଓଡ଼ିଆ ପୁଅଙ୍କୁ ଟିକେଟ ଦେବା ପାଇଁ ଉଠିଲା ଦାବୀ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ହାଇସ୍କୁଲର ଖେଳ ପଡିଆଠାରେ ବିଜେଡିର ନୂଆଁଖାଇ ଭେଟ୍‌ଘାଟ୍‌ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ତୁରେକେଲା ବ୍ଲକ ବିଜେଡି ସଭାପତି ଆଶାଦୁଲ୍ଲା ଖାଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, ସମ୍ମାନୀୟ ଅତିଥି ଭାବେ ପର୍ଯ୍ୟବେକ୍ଷକ ରାଜୁ ଘିଭେଲା, ରାଜ୍ୟ ଉପସଭାପତି ଗୋପ ମହାନନ୍ଦ, ଜିଲ୍ଲା ପରିଷଦ ସଦସ୍ୟା ସମା ପରବିନ, ଉପସଭାପତି ନିରୁପମା ମାଝୀ, ସାଧାରଣ ସମ୍ପାଦିକା ପିଙ୍କି ଖର୍ସେଲ, ଏକ୍ସ କମାଣ୍ଡୋ ଗିରିରାଜ ମାଝୀ, ହଂସରାଜ ଜୈନ, ଅଜୟ ଦାସ, ସଭାପତି ଦେବାର ବାରିକ, ରାଜ୍ୟ ଯୁବ ବିଜେଡି ସଭାପତି ଅଜିତ କୁମାର ଯୋଶୀ, ଉମାକାନ୍ତ ସାହୁ, ଯୁବ ନେତା ବିଷ୍ଣୁ ପ୍ରସାଦ ଜୁଏଡ଼, ବୁଲୁ ସିଂଦେଓ, ମୁନିରାମ ଜୈନ, ଅରୁଣ କୁମାର ସିଂଦେଓ, କାର୍ତ୍ତିକ ପ୍ରଧାନ, ଅମିତ ଜାଙ୍ଗଡା, ରାଜେନ୍ଦ୍ର ବେହେରା, ସରସ୍ୱତୀ ମେହେର, ପ୍ରଫୁଲ ନାଏକ, ଦୈତାରି ଭୋଇ, ଦିବାକର, ଶ୍ରୀଧର ମାଝୀ, ହେମବତୀ ଛତ୍ରିଆ, ନବରଙ୍ଗ ଦାସ, ପରମାନନ୍ଦ ହାତୀ, ଦିଲୀପ ମହାନ୍ତି, ରଜନୀ ବାଗ, ସୁନ୍ଦରମତି ବାଗ, ପୁରୁଷୋତ୍ତମ ସାହୁ, ଆଶାଦୁଲ୍ଲା ଖାଁ, କୃଷ୍ଣ ପ୍ରଧାନ, ବିଭୁତି ମିଶ୍ର, ଦିଲୀପ ପୃଷ୍ଟି, ଶରତ ଚନ୍ଦ୍ର ସିଂ ଭୋଇ, ସଞ୍ଜୀବ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଆ ପୁଅଙ୍କୁ ବିଜେଡି ଟିକେଟ ଦେବା ପାଇଁ ଦାବୀ ଉଠିଥିଲା । ବିଜେଡି ଦଳକୁ କିପରି ଭାବେ ସଂଗଠିତ କରାଯିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ତୁଳସୀରାମ ଜଗତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକ ଅଞ୍ଚଳରୁ ବହୁ କର୍ମୀମାନଙ୍କ ସହ ବହୁ ମହିଳା ଓ ପୁରୁଷମାନେ ସାମିଲ ଥିଲେ ।

jittmm
Leave A Reply

Your email address will not be published.