jayashree

ମହୁଲପାଲିର ଛାତ୍ର ଭୁବନେଶ୍ୱରରେ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଗାଁର ଜଣାଶୁଣା ଚିତ୍ରଶିଳ୍ପୀ ନରେନ୍ଦ୍ର ବରିହାଙ୍କ ପୁଅ ଓମ୍‌ ଅଙ୍କିତ ବରିହା ନିଜ ଗାଁ ତଥା ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି । ନିକଟରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ରାଜଧାନୀ ଭୁବନେଶ୍ଵରଠାରେ ଆୟୋଜିତ ଆଦିବାସୀ ଚିତ୍ରକଳା ପ୍ରତିଯୋଗୀତାରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ପଦ୍ମପୁର ସ୍ଥିତ ଜୟଦେବ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଯୁକ୍ତ ଦୁଇ ବିଜ୍ଞାନ ଦ୍ବିତୀୟ ବର୍ଷରେ ଅଧ୍ୟୟନରତ ଓମ୍‌ ନିଜ ବାପାଙ୍କୁ ଆଦର୍ଶ ମାନନ୍ତି ଓ ଭବିଷ୍ୟତରେ ସୁଯୋଗ ମିଳିଲେ ଅନେକ ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Leave A Reply

Your email address will not be published.