ବିଶ୍ୱକପ୍ ହକି ଟ୍ରଫିକୁ କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ୍ ଫାର୍ମାସିଟିକାଲ ସାଇନସ୍‌ରେ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱକପ ହକି ଟ୍ରଫି କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଟିକାଲ ସାଇନସ୍‌ରେ ଅଞ୍ଚଳବାସୀ ଟ୍ରଫିକୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଟ୍ରଫି ଓ ମାସ୍କଟ ଓଲିକୁ ସେଠାକାର ସ୍ଥାନୀୟ ଲୋକେ ଓ ଛାତ୍ରଛାତ୍ରୀମାନେ ନାଚ ଗୀତ ପାରମ୍ପରିକ ବାଦ୍ୟ ବଜାଇ ସ୍ୱାଗତ ଜଣାଇଥିଲେ । ଏହି ଉତ୍ସବରେ ଇନଷ୍ଟିଚ୍ୟୁଟର ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଜେସନ ସମେତ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଡକ୍ଟର ବିଶ୍ଵ ରଞ୍ଜନ ପଟ୍ଟନାୟକ, ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ବେହେରା, ଡାକ୍ତର ଶୁଭଶ୍ରୀ ସାହୁ, ବସନ୍ତ କୁମାର ଦାସ, ପ୍ରକାଶ କୁମାର ପଲାଇ, ମନୋଜ କୁମାର ଦଳେଇ, ମନୋଜ କୁମାର ମହାପାତ୍ର, ଡାକ୍ତର ଇତିଶ୍ରୀ ମାହାନ୍ତି, ନିଲୁରାମ ପରିଡା, ବିକାଶ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ବିଶ୍ୱକପ ହକି ଟ୍ରଫିକୁ ସ୍ୱାଗତ ଜଣାଇଥିଲେ ।

jittmm
Leave A Reply

Your email address will not be published.