om academy

ଶିକ୍ଷକ ଗୌରାଙ୍ଗ ଚରଣ ପରିଡାଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦ୍ୟାଳୟ, ହାକପଡା ବରିଷ୍ଠ ସଂସ୍କୃତ ଶିକ୍ଷକ ଗୌରାଙ୍ଗ ଚରଣ ପରିଡାଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ମହେନ୍ଦ୍ର କୁମାର ରଣସିଂହ, ପ୍ରାକ୍ତନ ଜିଲ୍ଲା ସମ୍ପାଦକ ଓଷ୍ଟା, ମୁଖ୍ୟ ବକ୍ତା ଭାବେ କୃଷ୍ଣ ଚନ୍ଦ୍ର ଦାସ ସଭାପତି ଜିଲ୍ଲା ଓଷ୍ଟା ପୁରୀ, ସମ୍ମାନିତ ଅତିଥି ରୂପେ ଡେଲାଙ୍ଗ ମଣ୍ଡଳ ସହ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା ପ୍ରମୁଖ ଯୋଗ ଦେଇଥିଲେ । ହୃଷିକେଷ ବଳିୟାରସିଂହ ପ୍ରଧାନଶିକ୍ଷକ କେପିପ ମୂନିନ୍ଦା ଓ ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଅନ୍ୟାନ ଅତିଥି ଶିକ୍ଷକ ନାରାୟଣ ଦାସ, ବଟ କୃଷ୍ଣ ଦାଶ, ଦୁଃଖୀ ଶ୍ୟାମ ଶତପଥୀ, କେଦାର ସନ ବେହେରା, ବସନ୍ତ କୁମାର ଦାସ, ରାଜେନ୍ଦ୍ର ସେନାପତି, ବିକ୍ରମ ପାତ୍ର, ରମେଶ ଚନ୍ଦ୍ର ପରିଡା, ପ୍ରଶାନ୍ତ କୁମାର ମହାରଣା, ଡ୍ଵିଜବର ବେହେରା, ଶତ୍ରୁଘ୍ନ ଜେନା, ପୂର୍ଣ୍ଣିମା ରାଉତ, ହରିହର ସ୍ୱାଇଁ, ସତ୍ୟ ନାରାୟଣ ପ୍ରଧାନ, ଗିରିଧାରୀ ସ୍ୱାଇଁ, ବଟ କୃଷ୍ଣ ଜେନା ପ୍ରମୁଖ ଯୋଗଦେଇ ସଂସ୍କୃତ ଶିକ୍ଷକଙ୍କ ସମୟାନୁବର୍ତ୍ତୀତା ଶିକ୍ଷାଦାନ ଶୈଳୀ, ମିଷ୍ଟ ଭାଷି, ଛାତ୍ରବତ୍ସଳ ପ୍ରଭୃତି ଗୁଣଗାନ କରିଥିଲେ । ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶ୍ରୀ ପରିଡାଙ୍କୁ ପୁରାତନ ଅଧୁନାତନ ଛାତ୍ରଛାତ୍ରୀ, ଅଭିଭାବକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.