lika

ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ଙ୍କୁ କବ୍ଚା ପକ୍ଷରୁ ସମ୍ବର୍ଦ୍ଧନା

gbag

କଣ୍ଟାମାଳ, (ବଂଶୀଧର ମାଝି) : କଣ୍ଟାମାଳ ବ୍ଲକ ବସଷ୍ଟାଣ୍ଡ ସ୍ଥିତ ହରି ଶଙ୍କର କଳା ମଣ୍ଡପ ଠାରେ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଚା) ପକ୍ଷରୁ ସଂଧ୍ୟାରେ ରାଜ୍ୟ ମାନ୍ୟବର ସୂଚନା ଓ ଲୋକ ସଂପର୍କ, ପାନୀୟ ଜଳ ଯୋଗାଣ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ ଓ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣାଙ୍କୁ ମାନପତ୍ର ସହ ଉପଢୌକନ ଓ ଫୁଲତୋଡା ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଗତ ୧୦ମଇ ୨୦୨୧ରେ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ପୂର୍ବତନ ସଭାପତି ସ୍ୱର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ଆକସ୍ମିକ ମୃତ୍ୟୁ ଘଟିଥିଲା । ମୃତ ସାମ୍ବାଦିକ ସ୍ୱର୍ଗତ ବସ୍ତିଆଙ୍କ ନିଃସହାୟ ପରିବାରକୁ ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ମୃତ୍ୟୁ କାଳୀନ ସହାୟତା ରାଶି ଯୋଗାଇଦେବା ନିମନ୍ତେ ବିଭାଗୀୟ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ଅମାତ୍‌ଙ୍କୁ ସଂଘ ପକ୍ଷରୁ ଅବଗତ କରାଯିବା ସହ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସଂଘର ଉପଦେଷ୍ଠା ଦିବ୍ୟ ଶଙ୍କର ରାଉତ, ଜୟ କୁମାର ମହାରଣା, ଉପସଭାପତି ପ୍ରଭାତ କୁମାର ସାହୁ, ସଂପାଦକ ପୂର୍ଣ୍ଣ ଚରଣ ସାହୁ, ବଂଶୀଧର ମାଝୀ, ଅନନ୍ତ ଖମାରୀ, ସୁଦର୍ଶନ ବଘାର, ବଳରାମ ବାଘ, ଦେବାଶିସ ମଲ୍ଲିକ, ଆଶିସ କୁମାର ସେଠୀ, ରଞ୍ଜନ କୁମାର ପାତ୍ର, ଅକୃର ସାହୁ, ଗୋବର୍ଦ୍ଧନ ସାହୁ, ବୁଢା ଆଦି ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.