oom

ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ପକ୍ଷରୁ ଦାବୀ ପତ୍ର ପ୍ରଦାନ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଡାକ୍ତର ଖାନାରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି କଂଗ୍ରେସ ପକ୍ଷରୁ ୯ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା । ଏଥିରେ ପିସିସି ସଭ୍ୟ ଅନୀଲ ମେହେରଙ୍କ ନେତୃତ୍ୱରେ ନଗର କଂଗ୍ରେସ ସଭାପତି ଜୟନାରାୟଣ ମେହେର ବ୍ଳକ କଂଗ୍ରେସ ସଭାପତି ପତିତପାବନ ପଧାନଙ୍କ ଦ୍ୱାରା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ପାଟଣାଗଡ଼ ଉପଖଣ୍ଡର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଳୟର ସମସ୍ୟାର ସମାଧାନ ପାଇଁ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଥିଲା । କଂଗ୍ରେସ ତରଫରୁ ୯ ଦଫା ଦାବୀ ପତ୍ର ପ୍ରଦାନ । ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ସ୍ୱାସ୍ଥ୍ୟ ସଚିବ । ମୁଖ୍ୟ ଶାସନ ସଚିବଙ୍କ ସହ ବଲାଙ୍ଗିର ଜିଲ୍ଲାପାଳ ଏବଂ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବୀପତ୍ର ପ୍ରଦାନ ।

jittmm
Leave A Reply

Your email address will not be published.