ଜେବିବିଏସଏନରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମାରୋହ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦିନ ୧୦ଟାରେ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନର ତାଲିମ କେନ୍ଦ୍ରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଦ୍ଵିତୀୟ ବର୍ଷର ପ୍ରିତେଶ ରଞ୍ଜନ ପାଣିଗ୍ରାହୀ, ସୌମ୍ୟରଞ୍ଜନ ବଗର୍ତ୍ତି, ଭରତ ରଞ୍ଜନ ସାହୁ, ଅଙ୍କିତ ପଧାନ, ସୁନିଲ ସାହୁ, ଶୁଭାଶିଷ ମିଶ୍ର, ସିପ୍ରା ପଧାନ, ଜାହ୍ନବି ବିଶ୍ଵାଳ, ଅପର୍ଣ୍ଣା ପ୍ରିୟଦର୍ଶିନୀ ଦାସ, ରିକି ତ୍ରିପାଠୀ, ଲୋପାମୁଦ୍ରା ସାହୁ, ନଳିନୀ ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ୱାଗତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କନିଅରଲାଲ ସାମଲ, ଚେୟାରମ୍ୟାନ ହାଡୁ ପଧାନ, ପ୍ରତିଷ୍ଠାତା ସ୍ୱର୍ଗତ ଗର୍ଗବ ମେହେରଙ୍କ ପତ୍ନୀ ବିନୋଦିନୀ ମେହେରଙ୍କ ଉପସ୍ଥିତିରେ ବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଭୂଷଣ ମେହେର, ଅଧ୍ୟାପକ ବୁଦ୍ଧଦେବ ସାମଲ, ବିଘ୍ନେ ରଣା, ଆଶୁତୋଷ ପାଢ଼ୀ ଯୋଗ ଦେଇଥିଲେ । ଅତିଥିମାନେ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷାଦାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିବା ବେଳେ ସ୍ଥାନୀୟ ଅଧ୍ୟାପକମାନେ ଶାନ୍ତି, ଶୃଙ୍ଖଳାର ସହ ପାଠ ପଢା ସହିତ ତାଲିମ ବିଷୟରେ ଆଲୋଚନା କରିଥିଲେ । ପ୍ରଥମ ବର୍ଷର ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ଅଧ୍ୟାପକ ବିଘ୍ନେ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.