ନୂଆ-ଓ, ଯୁବ ଓଡିଶା ସାମାଜିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡିଗ୍ରୀ ମହା ବିଦ୍ୟାଳୟର ନୂଆ-ଓ, ଯୁବ ଓଡିଶା କାର୍ଯ୍ୟକ୍ରମର ସାମାଜିକ ବିଭାଗର ଉଦ୍‌ଯାପନୀ ଉତ୍ସବ ଓ କ୍ରୀଡା ବିଭାଗର ପୁରସ୍କାର ବିତରଣ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ଶ୍ରୀମତୀ ବର୍ଷାରାଣୀ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମାଜିକ କାର୍ଯ୍ୟ ତାଙ୍କର ଅତି ପ୍ରିୟ କହି ସେ ଛାତ୍ରୀମାନଙ୍କ ମଧ୍ୟରେ ସେବା ମନୋଭାବ ସୃଷ୍ଟି କରିଥିଲେ, ଯେଉଁଟା ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲା । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଖିଳ ପୁରୋହିତ ଏବଂ ଅଞ୍ଚଳର ଆଇନଜୀବୀ ଓ ସମାଜସେବୀ ପ୍ରଶାନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ନୂଆ-ଓ ର ନୋଡାଲ ଅଫିସର ଡ. ଚନ୍ଦ୍ରିକା ଭୋଇ ସ୍ଵାଗତ ଭାଷଣ ଦେଇଥିଲେ । ସାମାଜିକ ବିଭାଗରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଦିଆଯିବା ସହ କ୍ରୀଡା ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । ସାଂସ୍କୃତିକ ବିଭାଗର ନୋଡାଲ ଅଫିସର ଶ୍ରୀମତୀ ଲୋପାମୁଦ୍ରା ନାୟକ ଏବଂ କ୍ରୀଡା ବିଭାଗର ନୋଡାଲ ଅଫିସର ଶ୍ରୀମତୀ ସରିତାରାଣୀ ପ୍ରଧାନଙ୍କ ସହାୟତାରେ ସାମାଜିକ ବିଭାଗର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.