centurian jitm

ଏକ ବିକଶିତ ସମାଜର ଚିତ୍ରଣ

nschool

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶକୁ ସମୃଦ୍ଧ ଓ ବିକାଶ ଦିଗରେ ଆଗେଇ ନେବା ପାଇଁ ଏକ ସୁସ୍ଥ ସମାଜ ଆବଶ୍ୟକ ହୋଇଥାଏ । ସରକାରଙ୍କ ନୀତି ଆୟୋଗ ଦ୍ୱାରା ସାରା ଦେଶରେ ପାଳନ କରାଯାଉଥିବା ପୋଷଣ ଅଭିଯାନକୁ ଆଖି ଆଗରେ ରଖି ଏକ ସଚେତନତା ମୂଳକ ପଦକ୍ଷେପ ନେଇଥିଲା ବାସନ୍ତୀ କଲୋନୀ ସ୍ଥିତ ଡି.ଏ.ଭି ପବ୍ଲିକ. ସ୍କୁଲ ରାଉରକେଲା । ବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ସହ ସଂଯୋଜକ ବିଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ଶିକ୍ଷୟିତ୍ରୀଙ୍କ ସହଯୋଗରେ କୁପୋଷଣର ଦୂରୀକରଣ ଏବଂ ଏକ ସୁସ୍ଥ ସମାଜର ଗଠନକୁ ନେଇ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା । ସୁସ୍ଥ ଶରୀରରେ ହିଁ ସୁସ୍ଥ ମସ୍ତିଷ୍କର ବସବାସ ହୋଇଥାଏ । ପିଲାମାନଙ୍କୁ ପୌଷ୍ଟିକ ଆହାର ଉପରେ ଶିକ୍ଷା ଦେଇ ଅବିକଶିତ ଶିଶୁମାନଙ୍କର ଭୟାଭୟ ବାସ୍ତବିକତା ଉପରେ ଜ୍ଞାନ ଦିଆଯାଇଥିଲା । କୁପୋଷଣର ଦୂରୀକରଣକୁ ନେଇ ଚିତ୍ରକଳା, ରଚନା, ପୌଷ୍ଟିକ ଆହାର ପରିବେଷଣ, କୁଇଜ୍ ଖେଳ ସ୍ଲୋଗାନ ପ୍ରତିଯୋଗିତା, ପୋଷଣ ଅଭିଯାନ ଉପରେ ସୁନ୍ଦର ନୃତ୍ୟ ପରିବେଷଣକୁ ନେଇ ସପ୍ତାହ ଯାକ ଏକ ସଫଳ କାର୍ଯ୍ୟକ୍ରମ କରାଯାଇଥିଲା ।

Leave A Reply

Your email address will not be published.