ଓଷ୍ଟା ବଲାଙ୍ଗିର ଜିଲ୍ଲା ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୧ ସମୟରେ ଓଷ୍ଟା ବଲାଙ୍ଗିର ଜିଲ୍ଲା ତରଫରୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂର୍ବତନ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଶତାଧିକ ଶିକ୍ଷକ, ଶିକ୍ଷା କର୍ମଚାରୀବୃନ୍ଦଙ୍କ ସମାବେଶ ହୋଇଥିଲା । ଉକ୍ତ ସଭାରେ ରାଜ୍ୟ ସରକାରଙ୍କ ଶିକ୍ଷକ କର୍ମଚାରୀ ମାରଣନୀତିର ପ୍ରବଳ ପ୍ରତିବାଦ ହୋଇଥିଲା । ରାଜ୍ୟ ଉପସଭାପତି ସୁଧୀର ନାଏକ, ଅବନୀ ତ୍ରିପାଠି, କୁଶଧ୍ୱଜ ସାହୁ, ଅନିଲ କୁମାର ସାହୁ, ଅମୁଲ୍ୟ ବେହେରା, ନାରାୟଣ ମିଶ୍ର, ତାରାକାନ୍ତ ମିଶ୍ର, ଧରଣୀଧର ବେହେରା ପ୍ରମୁଖ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଚାକିରି ସର୍ତ୍ତାବଳୀ, ପେନସନ, ଯୋଗ୍ୟ ବିଦ୍ୟାଳୟକୁ ଅନୁଦାନ, ସମସ୍ତଙ୍କୁ ୭ମ ବେତନ ଇତ୍ୟାଦି ଦାବୀ ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ । ଆଗାମୀ ୧୬ ତାରିଖରେ ଭୁବନେଶ୍ୱର ସମାବେଶରେ ବିପୁଳ ଶିକ୍ଷକ ଏକତ୍ରିତ ହୋଇ ନିଜର ଯୋଗ୍ୟ ଦାବୀ ହାସଲ ପାଇଁ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ । ଉକ୍ତ ସଂପର୍କିତ ଦାବୀପତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମାବେଶରେ ଉପସ୍ଥିତ ଥିଲେ ପୂର୍ବତନ କାର୍ଯ୍ୟକାରୀ ସଭାପତି ସୁଧାଂଶୁ ଶେଖର ବାବୁ, ଆଗଲପୁର ବ୍ଲକ ସଭାତି ଚମରା ଚୌହାନ ଓ କାର୍ଯ୍ୟକ୍ରମଙ୍କୁ ସଫଳ କରିବାରେ ସହଯୋଗ କରିଥିଲେ । ଗୋବର୍ଦ୍ଧନ ସାହୁ, ପୁରୁଷୋତ୍ତମ ବାଗ, ପୀତାମ୍ବର ଛତର, ବରୁଣ ସାହୁ, ପୂର୍ଣ୍ଣ ମେହେର, ଶଙ୍କର ମିଶ୍ର, ସାରଥୀ ସାହୁ, ସଞ୍ଜିବ ହୋତା, ଦିଲିପ ପଧାନ, କୃଷ୍ଣଚନ୍ଦ୍ର ମିଶ୍ର, ମନୋରଞ୍ଜନ ସାହୁ, ଶ୍ରୀବତ୍ସ ଭୋଇ, ଗୋବିନ୍ଦ ବଗର୍ତ୍ତି, ଶୁଭେନ୍ଦୁ ମହାନ୍ତି ।

jittmm
Leave A Reply

Your email address will not be published.