ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ୱତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଓ ସ୍ୱସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ରାଜୀବ ପାଣିଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ପ୍ରାକ୍ତନ ପ୍ରଫେସର ପାରେଶ୍ବର ବିଶ୍ବାଳ କାର୍ଯ୍ୟକ୍ରମ ସଂପର୍କରେ ପ୍ରାକ ସୂଚନା ପ୍ରଦାନ କରିଥିଲେ । ଏହାପରେ ‘ମୁଁ କାହିଁକି ଲେଖେ’ ଶୀର୍ଷକ ଉପରେ ଆଲୋଚନା କରି ଅଧ୍ୟାପକ ବିଜୟ ରାୟ, ମୀନକେତନ ପଶାୟତ, କାଶୀନାଥ ନନ୍ଦୀ ଓ ଅଙ୍ଗୁରବାଳା ପରିଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଆଲୋଚକ ମାନେ କହିଥିଲେ ଯେ, ଆଶା ଓ ପ୍ରସିଦ୍ଧି ସହ ଅଭାବବୋଧକୁ ପୂର୍ଣ୍ଣ କରିବା ପାଇଁ ଲେଖାଯାଉଛି । ପୁଣି କେତେକ ଆଲୋଚକ ଲେଖକ ଅତୀତର ସ୍ମୃତି, ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଲେଖା ଚାଲିଛି ତଥା ପୁଣି କାବ୍ୟିକ ବୌଦ୍ଧିକତା ପାଇଁ ଚେତନା ସ୍ତରକୁ ପ୍ରସାରିତ କରିବା ସହ ପ୍ରଶଂସା ଏକ ପ୍ରମୁଖ କାରଣ ବୋଲି ମତ ରଖିଥିଲେ । ଗାଳ୍ପିକ ଆର୍ତ୍ତତ୍ରାଣ ମହାପାତ୍ର ଗଳ୍ପ ପାଠ କରିଥିବା ବେଳେ ରାଜକୁମାର ମହାନ୍ତି ଗଳ୍ପଟିକୁ ସମୀକ୍ଷା କରିଥିଲେ । ସେ ସମୀକ୍ଷା କରି କହିଲେ ଯେ, କଳ୍ପନା ଓ ବାସ୍ତବତା ମିଶିକି ଓ ନୂତନ ଶୈଳୀରେ ଲେଖିଲେ ଗଳ୍ପ ଆଦୃତି ଲାଭ କରେ । ଅଙ୍ଗୁରବାଳାଙ୍କ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ, ଗୌତମ ଦାସ, ଅଶୋକ କୁମାର ପଟ୍ଟନାୟକ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ତ୍ରିଲୋଚନ ସ୍ବାଇଁ, କନକଲତା ମିଶ୍ର, ରଶ୍ମି ସାହୁ, ସ୍ନେହଲତା ପଟ୍ଟନାୟକ ଓ ଶରତ ଧଳ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ କୁମାର ରାୟ, ହରିହର ଶତପଥୀ, ଅକ୍ଷୟ କୁମାର ଦାସ, ବବିତା ମହାଳିକ, ଶରତ ଦାସ, ଗୟାଧର ମହାଳିକ, ଭଗବାନ ପରିଡା, ବିଭୁତି ଭୂଷଣ ଦାସ, ଡଲି ବ୍ରହ୍ମା, ଚିତ୍ତରଂଜନ ବ୍ରହ୍ମା, ବବିତା ମହାପାତ୍ର, ସୁଶାନ୍ତ କୁମାର ନାୟକ, ଜୋସ୍ନାରାଣୀ ପାତ୍ର, ବିଜୟିନୀ ଜେନା, ଉର୍ବଶୀ ଦାଶ ପତି, ମିହିର ରାୟ, ବିବେକାନନ୍ଦ ଦାସ, ସ୍ମିତା ମିଶ୍ର, ପ୍ରଫୁଲ୍ଲ ସାମଲ, ସଂଜୀବ କୁମାର ଭୋଇ, ପ୍ରତିମାବାଳା ମିଶ୍ର, ମିନିଚନ୍ଦ୍ର ରାଉତରା, ସୁଶାନ୍ତ କୁମାର ପାଣି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଗୋପବନ୍ଧୁ ପାଠାଗାରର ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.