oom

‘କୋଶଳ ପ୍ରବାହ’ର ପ୍ରଭାବ : ପ୍ରତିଶ୍ରୁତି ରଖିଲେ ଜିଲ୍ଲାପାଳ, ଆହତଙ୍କୁ ବ୍ଳକ ପ୍ରଶାସନର ସହାୟତା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବିଭିନ୍ନ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପାଇଁ ଗତ ଫେବୃୟାରୀ ୯ରେ ବଲାଙ୍ଗିର ଜିଲ୍ଲାପାଳ ଚାଞ୍ଚଳ ରାଣା ଗସ୍ତ କରିଥିଲେ । ତେବେ ଏହି ସମୟରେ ବେଲଗାଁ ଗ୍ରାମ ପଞ୍ଚାୟତର କିଛି ଲୋକେ ମନରେଗା ଯୋଜନାରେ କାମ କରୁଥିବା ବେଳେ ଆହତ ହୋଇ ଚିକିତ୍ସା ପାଇଁ କିଛି ଟଙ୍କା ଖର୍ଚ୍ଚ କରିଥିଲେ । ଆହତ ହୋଇଥିବା ଶ୍ରମିକ ମାନେ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଜିଲ୍ଲାପାଳ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ସହାୟତା ଯୋଗାଇ ଦେବାକୁ । ତେବେ ଏନେଇ ‘କୋଶଳ ପ୍ରବାହ’ରେ ମଧ୍ୟ ଖବର ପ୍ରକାଶିତ ହୋଇଥିବା ବେଳେ ପ୍ରଶାସନର ତତ୍ପରତା ସହ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମିଲ, କନିଷ୍ଠ ଯନ୍ତ୍ରୀ ବଳରାମ ଶବର, ଜିଆରଏସ ଅନୀଲ ପଟେଲଙ୍କ ଉପସ୍ଥିତରେ ସୁରୁ ମାଝୀ, ଶ୍ୟାମ ସୁନ୍ଦର ମାଝୀଙ୍କୁ କିଛି ଆଥିର୍କ ରାଶି ପ୍ରଦାନ କରାଯାଇଥିବା ବେଳେ ସେମାନେ ଧନ୍ୟବାଦ ଜଣାଇଛନ୍ତି । ପ୍ରକାଶ ଥାଉ ଯେ, ଏହି ବ୍ଳକରେ ବିଡ଼ିଓ ଭାବରେ ଦେବାଶିଷ ସାମଲ ଯୋଗ ଦେଇ ଅନେକ ପ୍ରଶଂସା ସାଉଟି ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁରସ୍କୃତ ମଧ୍ୟ ହୋଇ ସାରିଛନ୍ତି ।

jittmm
Leave A Reply

Your email address will not be published.