ମରୁଡି ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ଅଭିଯୋଗ ପତ୍ର ଦେଲେ ଖପ୍ରାଖୋଲ ପଞ୍ଚାୟତ ଚାଷୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପଞ୍ଚାୟତର ଚାଷୀମାନେ ଜିଲ୍ଲାପାଳଙ୍କ ଜନ ଯୁଗ୍ମ ଶୁଣାଣୀରେ ୨୦୨୧ ମସିହାର ମରୁଡି ସହଜାତ ରାଶି ପ୍ରଦାନ ବିଷୟରେ ସୋମବାର ଦିନ ଅଭିଯୋଗ କରିଛନ୍ତି । ଖପ୍ରାଖୋଲ ପଞ୍ଚାୟତ ଚାଷୀ ନେତା ତାପସ ରଞ୍ଜନ ବେହେରା ଓ ସୂର୍ଯ୍ୟକାନ୍ତ ସାହୁଙ୍କ ନେତୃତ୍ୱରେ ୩୦ ଜଣିଆ ପ୍ରତିନିଧି ଦଳ ସଙ୍ଗଠିତ ହୋଇଥିଲେ । ପାଟଣାଗଡରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ଥିବା ବିଷୟରେ ଅଭିଯୋଗ କରିଥିଲେ । ବିଗତ ବର୍ଷରେ ହୋଇଥିବା ମରୁଡି ସହାୟତା ରାଶି ମିଳି ନଥିବାରୁ ଚାଷୀ ମାନେ ଧାର କରଜ କରିଥିବା ଟଙ୍କା ସୁଝି ନପାରି ଚିନ୍ତାରେ ପଡ଼ିଥିବା କହିଥିଲେ । ଏନେଇ ପ୍ରଥମେ ଚାଷୀମାନେ ମରୁଡି ଘୋଷଣା ସ୍ତଗିତ ଥିବା ବିଷୟରେ ତହସିଲଦାରଙ୍କୁ ଜୁଲାଇ ୪ ତାରିଖ ଦିନ ଦାବୀପତ୍ର ପ୍ରଦାନ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ବୀମା ରାଶି ମିଳି ନଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଏନେଇ ଜିଲ୍ଲାପାଳ ୭ ଦିନ ମଧ୍ୟରେ ବୀମା ରାଶି ମିଳିବ ବୋଲି ଚାଷୀମାନଙ୍କୁ ପ୍ରକାଶ କରିଥିଲେ । ଅଭିଯୋଗ ପ୍ରକୋଷ୍ଠରେ ଚାଷୀ ଗୁଣମଣୀ ଭୋଇ, ଛାୟକାନ୍ତ ବାରିକ, ସମ୍ପତି ଭୋଇ, ଜନ୍ମେଜୟ ଭୋଇ, ବିଜୟ ବରିହା, ଅମଳ ଭୁଏ, ସନ୍ତୋଷ ବାଗ, ବାବୁଲାଲ ଭୋଇ, ଦୟାସାଗର ଭୋଇ, ବିନାୟକ ବନଛୋର୍, ନୀଳ ନିଆଳ, ହାଡୁ ବରିହା ଓ ଚାଷୀ ମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.