ଅସହାୟ ଦମ୍ପତିଙ୍କୁ ସହାୟତା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡ। ପଞ୍ଚାୟତ ଛେଲବାହାଲ ଗ୍ରାମର ଅସହାୟ ଦମ୍ପତି ଗୁରୁ ଶାଣ୍ଢ ଓ ସରସ୍ୱତୀ ଶାଣ୍ଢଙ୍କୁ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ବଳରାମ ସିଂ ଯାଦବ ଭେଟି ଆର୍ଥିକ ସହାୟତା ଦେବା ସହିତ ମାଗଣା ଚିକିତ୍ସାର ବନ୍ଦୋବସ୍ତ କରିଥିବା ଜଣାଯାଇଛି । କିଛି ମାସ ତଳେ ଏହି ଦମ୍ପତ୍ତି ଏକ ଅଜଣା ରୋଗରେ ପୀଡିତ ହେବା ପରେ ସେମାନଙ୍କ ଦୁର୍ଦ୍ଦଶା ଆରମ୍ଭ ହୋଇଥିଲା । ଅର୍ଥାଭାବରୁ ଦୁହେଁ ଚିକିତ୍ସା କରି ନପାରି ଘରେ ପଡି ରହିଥିଲେ । ସ୍ଥାନୀୟ ସମିତି ସଭ୍ୟ ହେମାଳ ମେଶ୍ୱବା ଏ ନେଇ ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ସଭାପତି ଯାଦବଙ୍କ ଦୃଷ୍ଟି ଗୋଚର କରିଥିଲେ । ଖବର ପାଇ ଶ୍ରୀ ଯାଦବ ଛେଲବାହାଲ ପହଞ୍ଚି ଉକ୍ତ ଦମ୍ପତିଙ୍କ ସହିତ ଆଲୋଚନା ପୁର୍ବକ ସେମାନଙ୍କୁ ଆର୍ଥିକ ସହାୟତା ଦେଇ ଅଧିକ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଜରିଆରେ ଆର୍ଥିକ ସହାୟତା ଓ ମାଗଣା ଚିକିତ୍ସାର ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ସମୟରେ ବ୍ଲକ ଯାଦବ ସମାଜ ସଭାପତି ନନ୍ଦକିଶୋର ଭୋଇ, ଜିଲ୍ଲା ସମ୍ପାଦକ କୁମର ପାଣ୍ଡେ, କୁଲୁ ଭୋଇ, ନିତ୍ୟାନନ୍ଦ ବେହେରା ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.