jayashree

ଦୂରାରୋଗ୍ୟରେ ପୀଡିତ ଦୀନବନ୍ଧୁଙ୍କ ପ୍ରତି ଆର୍ଥିକ ସହାୟତା ପାଇଁ ନିବେଦନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଯୋଗୀସର୍ଡା ଗ୍ରାମର ସ୍ୱର୍ଗତ ଭାଗବତ ଥନାପତିଙ୍କ ପୁଅ ଦୀନବନ୍ଧୁ ଥନାପତି ଏକ ଦୂରାରୋଗ୍ୟରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ(ଏମ୍ସ)ରେ ଚିକିତ୍ସିତ ହେଉଛନ୍ତି । ସେ ଜଣେ ଦିନ ମଜୁରିଆ ତଥା ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ଆର୍ଥିକ ସମସ୍ୟା ତାଙ୍କ ଚିକିତ୍ସାରେ ପ୍ରତିବନ୍ଧକ ସୃଷ୍ଟି କରିଛି । ସଙ୍କଟାପନ୍ନ ଅବସ୍ଥା ମଧ୍ୟ ଦେଇ ସେ ଗତି କରୁଥିବା ବେଳେ ଅପରେସନ ପାଇଁ ଆହୁରି ଲକ୍ଷେ ଟଙ୍କା ଆବଶ୍ୟକତା ରହିଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ପୀଡିତ ଦୀନବନ୍ଧୁଙ୍କ ପ୍ରତି ସହଯୋଗର ହାତ ବଢାଇବାକୁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ତାଙ୍କୁ ଆର୍ଥିକ ସହାୟତା କରିବାକୁ ଇଚ୍ଛୁକ ଥିବା ସହୃଦୟ ବ୍ୟକ୍ତି ଫୋନ ପେ ନଂ-୯୩୪୮୧୯୩୪୪୦ ରେ ସହଯୋଗ ରାଶି ପଠାଇବାକୁ ତାଙ୍କ ପୁଅ ଅଜିତ ଥନାପତି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.