ମୂଲ୍ୟବାନ ଶାଗୁଆନ କାଠ ଗଣ୍ଡି ଜବତ : ଯୁବକଙ୍କୁ କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସିକାପତ୍ରାପାଲି ଜଙ୍ଗଲରେ ଘନଶ୍ୟାମ ନାଗ ନାମକ ବ୍ୟକ୍ତି ଜଣକ ମୂଲ୍ୟବାନ ଶାଗୁଆନ କାଠ କାଟୁଥିବା ବନ ବିଭାଗକୁ ଖବର ମିଳିଥିଲା ରେଞ୍ଜର ଶିବ ପ୍ରସାଦ ନାଗଙ୍କ ସମେତ ଫରେଷ୍ଟର ପ୍ରିୟଙ୍କା ପୋଢ଼, ବନ ବିଭାଗ କର୍ମଚାରୀମାନେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉରେ ଜବତ ହୋଇଥିବା ଶାଗୁଆନ କାଠ ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟ ହେବ ବୋଲି ଫରେଷ୍ଟର ଶ୍ରୀମତୀ ପୋଢ଼ ସୂଚନା ଦେଇଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ବ୍ୟକ୍ତି ଜଣଙ୍କର କୋଭିଡ଼ ପୋଜିଟିଭ ରିପୋର୍ଟ ଆସିଥିବା ବେଳେ ସେହି ବ୍ୟକ୍ତିଙ୍କୁ ଜାମିନରେ ଛଡା ଯାଇଥିବା ଜଣାପଡିଛି । ଅନ୍ୟପଟେ ଏହି ଅଞ୍ଚଳରେ ବନ ବିଭାଗ ପକ୍ଷରୁ କଡା ପେଟ୍ରୋଲିଂ କରୁଥିବାର ଜଣାପଡିଛି ।

jittmm
Leave A Reply

Your email address will not be published.