ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଛତ୍ରପୁରଠାରେ ସଫେଇ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉପଲକ୍ଷେ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବ ସକାଳ ୧୦ ଘଣ୍ଟାଠାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଛତ୍ରପୁରଠାରେ ସଫେଇ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ଡାକ୍ତରୀ କର୍ମଚାରୀ ପ୍ରମୁଖ ମିଳିତ ହୋଇ ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ ସ୍ବାସ୍ଥ୍ୟକେନ୍ଦ୍ରର ଚତୁଃପାର୍ଶ୍ଵ ସମ୍ପୂର୍ଣ୍ଣ ସଫେଇ କରାଗଲା । ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୁଦନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏ.ଡି.ଇ.ଓ ରାହୁଲ୍ କୁମାର ସାହୁ, ଫାର୍ମାସିଷ୍ଟ ସତ୍ୟ ରଞ୍ଜନ ବେହେରା ସମେତ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ୍, ଆଶା କର୍ମୀ ଓ ସ୍ଥାନୀୟ ଲୋକମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!