oom

ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସ୍ୱଚ୍ଛତା ଅଭିଯାନ ପାଇଁ ଏକ ଘଣ୍ଟା ଶ୍ରମ ଦାନ କରି ଅଳିଆ ଆବର୍ଜନା ସଫା କଲେ ଅଗ୍ନିଶମ କର୍ମଚାରୀ

jsmm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଅକ୍ଟୋବର ଏକ ତାରିଖ ଦିନକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ସାରା ଦେଶରେ ଏକ ଘଣ୍ଟା ସକାଳ ୧୦ ଟାରୁ ୧୧ ଟା ଯାଏଁ ସଫେଇ ଅଭିଯାନ ଅନ୍ତର୍ଗତ ଘର ପାଖରେ ଥିବା ସମସ୍ତ ଅଳିଆ ଆବର୍ଜ୍ଜନା ସଫା କରିବା ପାଇଁ କହିଥିଲେ । ଦେଶବ୍ୟାପୀ ସମସ୍ତ ଜନ ସାଧାରଣ ନିଜ ପାଖରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କରି ସ୍ବଚ୍ଛତାର ବାର୍ତ୍ତା ଦେବା ସହ ସ୍ବଚ୍ଛତା ଅଭିଜାନକୁ ସଫଳ ରୂପାୟନ କରିବା ଉଦ୍ଧେଶ୍ୟରେ ଟିଟିଲାଗଡ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆ ନିକଟ ବୁଲାଣି ପାଖରେ ଥିବା ଦୋକାନମାନଙ୍କ ସମ୍ମୁଖରେ ପଡି ରହିଥିବା ଅଳିଆ ଆବର୍ଜନାକୁ ସଫା କରି ଟ୍ରାକ୍ଟର ଯୋଗେ ଫିଙ୍ଗିଛନ୍ତି । ରାଜ୍ୟ କଂଗ୍ରେସ ସେବାଦଳର ସାଧାରଣ ସମ୍ପାଦକ ଦେବାନନ୍ଦ ସାହୁ ତାଙ୍କ ଟ୍ରାକ୍ଟର ଏହି ସଫେଇ ଅଭିଯାନ ପାଇଁ ଯୋଗାଇ ଦେଇଥିଲେ । ଏହି ସଫେଇ ଅଭିଯାନରେ ଟିଟିଲାଗଡ ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ଆର ଏସ ବାରିକ, ଏଲଏଫଏମ ଡି ପ୍ରଧାନ, ଡ୍ରାଇଭର ହାବିଲଦାର ଡି କିସାନ, ଫାୟର ମେନ୍ ଏ ଇକ୍କା, ଏସ ନନ୍ଦ, ପି ପ୍ରଧାନ, ପି ଭୋଇ, ବି ବାରିକ, ଡି ମାଝି, କେ ଖର୍ସେଲ ପ୍ରମୁଖ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.