ଜେଇଇ-ମେନ୍‌ରେ ଆଇଡିଏମ୍‌ ସ୍କୁଲର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଇଆଇଟି ଜେଇଇ ମେନ୍‌ ସେସନ-୨ ପ୍ରବେଶିକା ପରୀକ୍ଷାରେ ଆଇଡିଏମ୍‌ ପବ୍ଲିକ ସ୍କୁଲର ଛାତ୍ରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଆଇଡିଏମ୍‌ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ଶରତ ଚନ୍ଦ୍ର ଦୀକ୍ଷିତ, ଅଧ୍ୟକ୍ଷା ବବିତା ମିଶ୍ର ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ୯୬.୮୯ ପ୍ରତିଶତ ମନିଷ ସାହୁ ଓ ପ୍ରତୀକ ମହାକୁଡ ୯୫.୮୭ ପ୍ରତିଶତ ହାସଲ କରିଛନ୍ତି । ଆଇଡିଏମ୍‌ ପବ୍ଲିକ ସ୍କୁଲର ପ୍ରବନ୍ଧକ ଶଶିଭୂଷଣ ଦୀକ୍ଷିତ, ସ୍କୁଲର ପଦାର୍ଥ ବିଜ୍ଞାନ ଶିକ୍ଷକ ଅରବିନ୍ଦ ମିଶ୍ର, ଗଣିତ ଶିକ୍ଷକ ଅଭିଜିତ ମିଶ୍ର, ରସାୟନ ବିଜ୍ଞାନ ଶିକ୍ଷକ ଦୁର୍ଗେସ ସିଂ, ଜୀବ ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର ଯାଦବଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.