ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱ ଓ ଉପସଭାପତି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ବନ ଉନ୍ନୟନ ନିଗମର ପ୍ରଖଣ୍ଡ ପ୍ରବନ୍ଧକ ବିଶ୍ୱଜିତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ଦିବ୍ୟାଶୁ ମହାନ୍ତି, ସଚେତନ ନାଗରିକ ମଞ୍ଚର ସାଧାରଣ ସଂପାଦକ ପି ପି ରାୟ, କୁମାର ବେହେରା ଓ ବରିଷ୍ଠ ସାମ୍ବାଦିକ ଜଟାଧାରୀ ମାଝୀ ପ୍ରମୁଖ ଜନରାଜ୍ୟ ଦିବସ ପାଳନର ଆବଶ୍ୟକତା ଓ ଆଜିର ଆହ୍ବାନ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ସ୍ୱାଇଁ, ଗନ୍ଦୁର ଓରାମ, ଶୈଳେନ୍ଦ୍ର ସାହୁ, ଦିଲ୍ଲୀପ ଶର୍ମା, ସୁମନ୍ତ ଜେନା, ସୁଦିପ ଦେ, ରାନୁ ମହାପାତ୍ର, କମଳାକାନ୍ତ ରାଉତ, ସୌମ୍ୟରଂଜନ ରାଉତ, ରଜନୀକାନ୍ତ ସ୍ବାଇଁ, ସଂଗ୍ରାମ ନାୟକ, ଚିତ୍ତରଞ୍ଜନ ବ୍ରହ୍ମା, ରାଜଦୀପ ମହାନ୍ତି, ବିମଳ ପଟ୍ଟନାୟକ, ରାଜକିଶୋର ସେଠୀ, ସନ୍ତୋଷ ରଥ, ନିତେଶ କୁମାର, ଶୁଭଶ୍ରୀ ଦାଶ, ଅକ୍ଷୟ ଧଳ, ଏସ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.