ରେଙ୍ଗାଲଜୁରୀ ଜୟତରୁଣ ଯୁବକ ସଂଘ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

  • ଭାତୃଭାବ ରଖି ଗାଁ ଓ ଦେଶ ମାତୃକାର ସେବା କରିପାରିଲେ ହିଁ ମହାପୁରୁଷମାନଙ୍କ ସ୍ୱପ୍ନ ସାକାର କରିପାରିବା : ସ୍ଵେଚ୍ଛାସେବୀ ସଞ୍ଜିବ କୁମାର ପୁଟେଲ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଜୟତରୁଣ ଯୁବକ ସଂଘ ପକ୍ଷରୁ ଆଜି ପବିତ୍ର ୭୩ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଯୁବକ ସଂଘ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ୮.୩୦ମି ଘଟିକା ସମୟରେ ଆୟୋଜିତ ଜାତୀୟ ଉତ୍ସବରେ କୌଶଲ୍ୟା ଫାଉଣ୍ଡେସନ ରେଙ୍ଗାଲଜୁରୀ ଓ ଓଟିଏସ୍‌ଏ ପାଟଣାଗଡ଼ର ସଭାପତି ତଥା ସ୍ଵେଚ୍ଛାସେବୀ ସଞ୍ଜୀବ କୁମାର ପୁଟେଲ ମୁଖ୍ୟ ଅତିଥି, ସାମ୍ବାଦିକ ଗୋରେଖନାଥ ବରିହା ପୂର୍ବତନ ନାଏବ ସରପଞ୍ଚ କୁରେଶ୍ଵର ବରିହା, ସ୍ଵେଚ୍ଛାସେବୀ ବିପିନ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଯୁବକ ସଂଘର ଯୁବକମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ସାଧାରଣତନ୍ତ୍ର ଦିବସ ପାଳନ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିବା ସହ ଜାତିର ପିତା ମାହାତ୍ମାଗାନ୍ଧୀ, ଜବାହରଲାଲ ନେହେରୁ, ସୁବାଷ ଚନ୍ଦ୍ର ବୋଷ ପ୍ରଭୃତିଙ୍କ ସହ ଅନ୍ୟ ମହାପୁରୁଷମାନେ ଦେଶ ପାଇଁ ବଳିଦାନ ଦେଇ ଆମ ଦେଶକୁ ସ୍ଵାଧୀନ ରାଷ୍ଟ୍ରରେ ଭାରତକୁ ଏକତା ସୂତ୍ରରେ ବାନ୍ଧି ରହିଛି । ଭାରତ ଏଭଳି ଏକ ଦେଶ ଯେଉଁଠି ବିଭିନ୍ନତାର ଏକତା ରହିଛି । ଆମର ମହାମନିଷୀମାନେ ଭାରତକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ଆମେ ଗଣତନ୍ତ୍ର ରାଷ୍ଟ୍ରର ମୌଲିକ୍ ଅଧିକାର ପାଇବା ସହ ଅବହେଳିତ ଗରିବ ନିଷ୍ପେସିତ ଲୋକଙ୍କ ସେବା କରିବା ଓ ନିଜକୁ ସମାଜସେବାରେ ନିୟୋଜିତ କରିବା ପାଇଁ କହିଥିଲେ । ଏକତା ଭାତୃଭାବ ରଖି ଗାଁ ଦେଶ ମାତୃକାର ସେବା କରି ପାରିଲେ ହେଁ ମହାପୁରୁଷମାନଙ୍କ ସ୍ବପ୍ନକୁ ସାକାର କରିପାରିବା ବୋଲି ଅତିଥିମାନେ କହିଥିଲେ । ଏଥିରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଯୁବ ସ୍ଵେଚ୍ଛାସେବୀ ଶମ୍ଭୁ ପ୍ରସାଦ ଘିଭେଲା, ଜୟତରୁଣ ଯୁବକ ସଂଘର ସଭାପତି ଘାସିରାମ ମଲ୍ଲିକ, ସଂପାଦକ ଜଗନ୍ନାଥ ବରିହା, ସଦସ୍ୟ ନିମାଇଁ ଚରଣ ଷ୍ଟାଣ୍ଢ, ଆନ୍ଦନ ପୁଟେଲ, ଅନିରୁଦ୍ଧ ବରିହା, ଶୁଶାନ୍ତ ରାଉତ, ଜନକ ବରିହା, ବିଶ୍ଵ ପୁଟେଲ, ବୈକୁଣ୍ଠ ସାହୁ, ଅମିର ବରିହା, ନରୋତ୍ତମ ପୁଟେଲ, ନବଦୀପ ମଲ୍ଲିକ, ନବୀନ ମଲ୍ଲିକ, ଅଚ୍ଚିତ ପୁଟେଲ, ନୀତିଶ ମଲ୍ଲିକ, ଶିବୁ ମଲ୍ଲିକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.