୭୨ ତମ ସାଧାରଣତନ୍ତ୍ର ଦିବସ ସହ ଶ୍ରମ ଦାନ କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ହାଇସ୍କୁଲ୍ ପଡିଆରେ କୋଭିଡ୍ କଟକଣା ମଧ୍ୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଟିଟିଲାଗଡ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ । ଟିଟିଲାଗଡ ପୋଲିସ ଓ ହୋମ ଗାର୍ଡର ଅଭିବାଦନ ଗ୍ରହଣ କରିଥିଲେ ।

ଏହା ପରେ ଉପସ୍ଥିତ କୋଭିଡ୍ ଯୋଦ୍ଧା, ପୋଲିସ ବାହିନୀ, ଗଣମାଧ୍ୟମ ଓ ଅନୁପସ୍ଥିତ ସହର ବାସୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପରେ ଶ୍ରମଦାନ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଟିଟିଲାଗଡ ଉପ ଜିଲ୍ଲାପାଳ ପରିସରରେ ସତ୍ୟ ସାଇ ସେବା ସମିତିର ସଭ୍ୟ ମାନଙ୍କ ସହ, ମିନି ଷ୍ଟାଡିୟମରେ ବଣିକ ସଂଘର ସଦସ୍ୟ ସହ, ସର୍ଗିଗୁଡ଼ା ରାମ ମନ୍ଦିର ପାଖରେ ମାରୱାଡ଼ି ଯୁବା ମଞ୍ଚ ର ସଦସ୍ୟ ସହ, ମୁଡ଼ା ବନ୍ଧ ପାଖରେ ନାରୀ ସଂଗଠନ ସହ, କୁମୁଡ଼ା ପାହାଡ ପାଖରେ କୁମୁଡ଼ା ପାହାଡ ସୁରକ୍ଷା ସମିତି ସହ, ଗୋରୁବଜାର ପଡାରେ ଟିଟିଲାଗଡ ବିକାଶ ସେନା ସହ ସର୍ବ ସାଧାରଣ ସ୍ଥାନ ମାନଙ୍କରେ ସହର ବାସୀଙ୍କ ସହ ଶ୍ରମଦାନ କାର୍ଯ୍ୟକ୍ରମ ଉପଲକ୍ଷେ ସଫେଇ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହା ସହ ସାଧାରଣ ଜନତାଙ୍କୁ ରାସ୍ତା ଉପରେ କିମ୍ବା ନାଳରେ ଅଳିଆ ଆବର୍ଜ୍ଜନା ନ ପକାଇ ଆବର୍ଜ୍ଜନା ସଂଗ୍ରହ ଗାଡ଼ିରେ ପକାଇବା ପାଇଁ ଅନୁରୋଧ କରିଥିଲେ । ଟିଟିଲାଗଡକୁ ସ୍ୱଚ୍ଛ ଟିଟିଲାଗଡରେ ପରିଣତ କରିବା ପାଇଁ ସମସ୍ତଙ୍କୁ ସଚେତନ କରିଥିଲେ ।

Leave A Reply

Your email address will not be published.