centurian jitm

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ : ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା

nschool

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀକାନ୍ତ ପୃଷ୍ଟି ଗତ ରବିବାର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି ନିର୍ବାଚନ ଗୁରୁ ଦାୟିତ୍ଵ ତୁଳାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସୁବର୍ଣ୍ଣପୁର ସର୍କିଟ ହାଉସଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅନ୍ୟା ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ରନାଥ କଁହର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ର୍ନିବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସିଂ, ଡେପୁଟି କଲେକ୍ଟର ତଥା ନିର୍ବାଚନ ଶାଖା ଅଧିକାରୀ ଯଶସ୍ୱନି ପୋଥାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ତଥା ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ବିଭିନ୍ନ ନୋଡାଲ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ବଲାଙ୍ଗିର ଲୋକସଭା ତଥା ଜିଲ୍ଲାର ସୋନପୁର ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚାରୁ ରୂପେ ଭୋଟ ଗ୍ରହଣ ବ୍ୟବସ୍ଥା ସମ୍ବନ୍ଧିୟ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ଶ୍ରୀମତୀ ଦାସ ରାଜସ୍ୱ ଆୟୁକ୍ତଙ୍କୁ ଅବଗତ କରାଇଥିଲେ । ନିର୍ବାଚନ ପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି ଓ ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ହୁଏ ତାହା ତଦାରଖ କରିବା, ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣ ଵିଧିକୁ କଡାକଡି ପାଳନ କରିବା ଉପରେ ସେ ନିର୍ଦେଶ ଦେଇ ଜିଲ୍ଲାରେ ଅବାଧ, ନିରପେକ୍ଷ, ସ୍ୱଚ୍ଛ, ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜନସାଧାରଣଙ୍କ ମନରେ ବିଶ୍ଵାସ ସୃଷ୍ଟି କରିବା ପାଇଁ ପ୍ରଶାସନକୁ ଚେତେଇ ଦେଇଥିଲେ । ଏହା ସହିତ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଆବଶ୍ୟକ ଶୌଚାଳୟ ସୁବିଧା ସହ ବିଜୁଳି ଆଲୋକ ବ୍ୟବସ୍ଥା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଆଲୋଚନା ବୈଠକ ପରେ ରାଜସ୍ୱ ଆୟୁକ୍ତ ଶ୍ରୀ ପୃଷ୍ଟି ଇଭିଏମ୍ ସଂରକ୍ଷିତ କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ସମସ୍ତ ମେସିନ୍‌ର କାର୍ଯ୍ୟକାରିତା ଏବଂ ଏହାର ପ୍ରେରଣ ବ୍ୟବସ୍ଥାର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ସେ ଆଲୋଚନାରେ ନିର୍ବାଚନ ଦାୟିତ୍ୱରେ ସମ୍ପୃକ୍ତ ସମସ୍ତ ଅଧିକାରୀ ପ୍ରଶାସନ ସହିତ ଉତ୍ତମ ସମନ୍ଵୟ ରଖି ନିଜ ନିଜର ଦାୟିତ୍ଵ ସୂଚାରୁ ରୂପେ ତୁଲାଇବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.