oom

ଆଶାର ଆଲୋକରେ ହୋଲି ପର୍ବ ପାଳନ କଲେ ଦ ହ୍ୟୁମାନିଟି ଫାଉଣ୍ଡେସନ୍‌ର ସଦସ୍ୟ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦି ହ୍ୟୁମାନିଟି ଫାଉଣ୍ଡେସନ୍‌ ତରଫରୁ ସେକ୍ଟର ୮ ସ୍ଥିତ ଆଶାର ଆଲୋକରେ ପ୍ରାୟ ୬୦ ଜଣ ଅନ୍ତେବାସୀଙ୍କ ସହ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରିଥିଲେ । ଫାଉଣ୍ଡେସନ୍‌ର ସଦସ୍ୟମାନେ ଉକ୍ତ ଆଶ୍ରମରେ ଅନ୍ତେବାସୀମାନଙ୍କୁ ଦିଆ ଯାଉଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସଂସ୍କାର କାର୍ଯ୍ୟକ୍ରମରେ ଖୁସି ବ୍ୟକ୍ତ କରିଥିଲେ । ଅନ୍ତେବାସୀଙ୍କ ସହ ସଦସ୍ୟମାନେ ଭାବ ବିନିମୟ କରିବା ସହ କିଛି ସମୟ ଅତିବାହିତ କରିଥିଲେ । ଏହି ଉପଲକ୍ଷେ ସମସ୍ତଙ୍କ ପାଇଁ ଜଳଖିଆର ବନ୍ଦୋବସ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟି ଦୀପ୍ତି ସୁନ୍ଦରାୟଙ୍କ ନେତୃତ୍ୱରେ ହୋଇ ଥିବାବେଳେ ଏଥିରେ ଅତିଥି ଭାବେ ସୁଦୂର ଭୁବେଶ୍ୱରରୁ ରିନା ରାଣୀ ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନ୍‌ର ସଦସ୍ୟା ପ୍ରିୟଙ୍କା ପାଣି, ଗ୍ରେସି ଡେଭିଡ, ଗରିମା ପତ୍ରୀ, ବିଜୟ ସୁନ୍ଦରାୟ, କାର୍ତ୍ତିକ ରାଉତ, ବିକାଶ ଚୌଧୁରୀ, ରଶ୍ମିତା ମଲ୍ଲିକ, ସ୍ନିଗ୍ଧା ପୁହାଣ, ରୁନୁ ରାଉତ, ତାରା କୃଷ୍ଣମୂର୍ତ୍ତି, ସୁଷମା ସିଂ ରାଜପୁତ, ସସ୍ମିତା ପାତ୍ର, ଆଶା ଦିଦି, ରଶ୍ମିତା ବିଶୋଇ, ବିଭୁ ପଟ୍ଟନାୟକ ଓ ଅରୁଣ ସାର୍‌ଙ୍କ ଉପସ୍ଥିତରେ ହୋଲି ପର୍ବଟି ସଫଳତା ପୂର୍ବକ ସମ୍ପନ୍ନ ହୋଇଥିଲା ।

jittmm
Leave A Reply

Your email address will not be published.