oom

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ହେଲେ ଭାରତ ସରକାରଙ୍କ ହିନ୍ଦୀ ସଲାହକାର ସମିତିର ସଦସ୍ୟ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟ, ୮୭, ସଂସଦ ଭବନ ନୂଆଦିଲ୍ଲୀର ସଂକଳ୍ପ ସଂଖ୍ୟା ୪(୨)୨୦୧୮ ତା.୧୧.୧୦.୨୦୨୨ ଆଦେଶ ଅନୁସାରେ ଭାରତ ସରକରଙ୍କ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟର ହିନ୍ଦୀ ସଲାହକାର ସମିତିର ସଦସ୍ୟ ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମନୋନୀତ ହୋଇଛନ୍ତି । ଏହା ପୂର୍ବରୁ ସାଂସଦ ଶ୍ରୀ ବିଶି ଭାରତ ସରକାରଙ୍କ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସଂସଦୀୟ ବ୍ୟାପାର ଷ୍ଟାଣ୍ଡିଂ କମିଟିର ସଦସ୍ୟ ଏବଂ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ସାଂସଦ ଶ୍ରୀ ବିଶିଙ୍କୁ ହିନ୍ଦୀ ଭାଷା ସଲାହକାର ସମିତିର ସଦସ୍ୟ ଭାବରେ ଭାରତ ସରକାରଙ୍କ ସାଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ମନୋନୀତ କରିଥିବାରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସାଂସଦ ଶ୍ରୀ ବିଶିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.