ସଡ଼କ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚ ରବି ଦାସଙ୍କ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସଡ଼କ ଦୁର୍ଘଟଣାରେ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ତଥା ସାଉରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ର କୁମାର ଦାଶଙ୍କ ଅକାଳ ବିୟୋଗ ଘଟିଛି । ଗତ ନଭେମ୍ବର ମାସ ୩୦ ତାରିଖ ରାତିରେ ପିପିଲିଠାରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏମ୍‌ସ୍‌ ହସ୍‌ପିଟାଲ୍‌ଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଡିସେମ୍ବର ୪ତାରିଖ ସୋମବାର ରାତିରେ ତାଙ୍କର ପରଲୋକ ଘଟିଛି । ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଆଜି ତାଙ୍କ ମରଶରୀର ଡେଲାଙ୍ଗରେ ପହଞ୍ଚିଲା ପରେ ସେଠାରୁ ବିରାଟ ଶୋଭାଯାତ୍ରରେ ବାହାରି ଘୋରାଡ଼ିଆ ଗ୍ରାମ ପରିକ୍ରମା କରାଯିବ ସହିତ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.