oom

ବଲାଙ୍ଗିର ଜିଲ୍ଲାପାଳ ଏବଂ ଏସପି ଲାଠୋର ଠାରୁ ଶୁଭାରମ୍ଭ କଲେ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପୁଲିସ, ୟୁନିସେଫ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ମିଳିତ ସହଯୋଗରେ ସ୍ୱେଚ୍ଛାସେବୀ ସଂଗଠନ ଏଡ଼ଏଟଏକ୍ସନ ପକ୍ଷରୁ ଲାଠୋର ରାଧାକୃଷ୍ଣ ମନ୍ଦିର ପରିସରରେ ମିଶନ ଦାଦନ ଉଦ୍ଧାର କାର୍ଯ୍ୟକ୍ରମରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏକ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥର ଶୁଭାରମ୍ଭ ହୋଇଅଛି । ଉକ୍ତ ଶିବିରରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରୀଙ୍କ ତତ୍ତ୍ୱାବଧାନରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ କୁମାର ସେଠି, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରା, ଉପଜିଲ୍ଲାପାଳ ବିଜୟାନନ୍ଦ ସେଠି, ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଖପ୍ରାଖୋଲ ବିଡ଼ିଓ ଆକାଶ ରଞ୍ଜନ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଖପ୍ରାଖୋଲ ବ୍ଲକ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । କାର୍ଯ୍ୟକ୍ଷେତ୍ରରେ ଦାଦନ ଶ୍ରମିକ ପରିବାରର ପୁରୁଷ, ମହିଳା, ଶିଶୁ ନିର୍ଯ୍ୟାତିତ ହେବା ସହ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ରୀତିମତ ଅଭିଯୋଗ ଆସୁଛି। ଏମିତିକି ନାବାଳକ ନାବାଳିକା ମାନଙ୍କୁ ଇଟା ଭାଟିରେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦିଆଯାଉଛି । ଏହାକୁ ରୋକିବା ପାଇଁ ବ୍ୟାପକ ପରିମାଣରେ ସଚେତନ ହେବାର ଆବଶ୍ୟକତା ରହିଥିବା କହିଛନ୍ତି ବଲାଙ୍ଗିର ଏସପି ଶ୍ରୀ ଖିଲାରୀ । ସଚେତନତା ସଭାରେ ଉପସ୍ଥିତ ଜିଲ୍ଲାପାଳ ଚଞ୍ଚଳ ରାଣା କିଭଳି ସଚେତନ ନାଗରିକ ଏହି ଦାଦନ ପ୍ରଥା ଉପରେ ଲଗାମ ପାଇଁ ପ୍ରଶାସନକୁ ସହଯୋଗ କରିବେ, ବେଆଇନ ଶ୍ରମିକ ଚାଲାଣ ସମ୍ପର୍କରେ ପୁଲିସର ନମ୍ବରକୁ ଫୋନ କରିବେ ଏନେଇ ବ୍ୟାପକ ଅବଗତ କରିଥିଲେ। ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥକୁ ସବୁଜ ପତାକା ଦେଖାଇ ବଲାଙ୍ଗିର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ମହୋଦୟ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥଟି ଖପ୍ରାଖୋଲ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନତା କରିବା ସହ ଦାଦନ ଶ୍ରମିକର ଅଧିକାର ବିଷୟରେ ଅବଗତ କରିବ । ଏହି ସଚେତନତା ସଭାରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଲାଠୋର ଥାନାଧିକାରୀ ଝସକେତନ ଭୋଇ, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ଖପ୍ରାଖୋଲ ସିଡିପିଓ ସୁଜାତା ଦୋରା, ଖପ୍ରାଖୋଲ ଏବିଇଓ ମିନିକେତନ ବରିହା, ଏସଆଇ ଦେବାର୍ଚ୍ଚନ ମିର୍ଦ୍ଧା, ଏଏସଆଇ କିସାନ, ଏଏସଆଇ ନାଗ ସମସ୍ତ ଲାଠୋର ପୋଲିସ କର୍ମଚାରୀ, ସମସ୍ତ ଅଙ୍ଗନୱାଡି କର୍ମୀ, ଏସଏଚଜି ଗ୍ରୁପର ମହିଳାମାନେ, ଏମପି ପ୍ରତିନିଧି ପ୍ରବୀଣ ଅଗ୍ରୱାଲ, ସମାଜ ସେବୀ ସୁଶୀଲ ଅଗ୍ରୱାଲ, ସମେତ ଶତାଧିକ ଜନସାଧାରଣ ଏବଂ ଶ୍ରମିକ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.